ପ୍ରମୁଖ ଖବର

ତୃତୀୟ ଥର ପାଇଁ ଟାଟା ଚେୟାରମ୍ୟାନ ହେଲେ ଏନ.ଚନ୍ଦ୍ରଶେଖରନ୍‌
ଭାରତୀୟ ବାୟୁସେନାକୁ ତେଜସ୍‌ ଓ ଏଚ୍‌ଟିଟି-୪୦ ହସ୍ତାନ୍ତର କରିବ ଏଚ୍‌ଏଏଲ୍‌
ଦକ୍ଷତା ବିକାଶରେ ଓଡ଼ିଶା ମଡେଲକୁ ନୀତି ଆୟୋଗର ସ୍ୱୀକୃତି
ଭୁବନେଶ୍ୱର ଡିସିପି ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଗ୍ଲୋବାଲ ସେମିକଣ୍ଡକ୍ଟର ହବ୍‌ ଦିଗରେ ଭାରତ, ‘ସେମିକନ୍ ଇଣ୍ଡିଆ ୨୦୨୬’ ଉଦ୍‌ଘାଟନ କଲେ ମୋଦି

ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ

0

ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ଗ୍ରାମୀଣ ରୋଜଗାର କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣି ‘ଭିବି-ଜିରାମ-ଜି’ ଆଇନକୁ ଜୁଲାଇ ୧, ୨୦୨୬ରୁ ସମଗ୍ର ଦେଶରେ ଲାଗୁ କରିବାକୁ ଅଧିସୂଚନା ଜାରି କରିଛନ୍ତି। ଏହି ନୂତନ ଯୋଜନା ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ’ ନାମରେ ପରିଚିତ ହେବ ଏବଂ ପୂର୍ବତନ ମନରେଗା ଯୋଜନାର ସ୍ଥାନ ନେବ।

କେନ୍ଦ୍ର ସରକାରଙ୍କ ମତାନୁସାରେ, ମନରେଗାରେ ଦୁର୍ନୀତି ଓ କାମର ଅଭାବକୁ ଦୃଷ୍ଟିରେ ରଖି ଏହି ନୂତନ ଆଇନ ଆଣାଯାଇଛି। ପୂର୍ବରୁ ୧୦୦ ଦିନର ରୋଜଗାର ଗ୍ୟାରେଣ୍ଟି ଥିବାବେଳେ ଏବେ ଏହାକୁ ବଢ଼ାଇ ୧୨୫ ଦିନ କରାଯାଇଛି। ଏଥିରେ ଗ୍ରାମୀଣ ଗରିବ, ଚାଷୀ, ଶ୍ରମିକ ଓ ବେକାର ଯୁବକ-ଯୁବତୀମାନେ ଅଧିକ ଲାଭ ପାଇବେ ବୋଲି ସରକାର କହିଛନ୍ତି।

ନୂତନ ଯୋଜନା ଅଧୀନରେ ଗ୍ରାମରେ ସଡ଼କ, ପୋଲ, ଜଳସଂରକ୍ଷଣ ପ୍ରକଳ୍ପ, ବିଦ୍ୟାଳୟ ଶୌଚାଳୟ ଓ କୃଷକଙ୍କ ପାଇଁ ଫସଲ ମଣ୍ଡି ଭଳି ବିକାଶମୂଳକ କାମ କରାଯିବ। ପ୍ରକଳ୍ପ ପାଇଁ ଗ୍ରାମବାସୀ ଓ ସରପଞ୍ଚ ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିବେ। ଏହି ଯୋଜନାରେ ଖର୍ଚ୍ଚର ୬୦ ପ୍ରତିଶତ କେନ୍ଦ୍ର ସରକାର ଓ ୪୦ ପ୍ରତିଶତ ରାଜ୍ୟ ସରକାର ବହନ କରିବେ। ଶ୍ରମିକଙ୍କ ପାରିଶ୍ରମିକ ସିଧାସଳଖ ବ୍ୟାଙ୍କ କିମ୍ବା ଡାକଘର ଖାତାକୁ ଯିବ। ଏହାସହ କାମ ନମିଳିଲେ ବେରୋଜଗାରୀ ଭତ୍ତା ଓ ପାରିଶ୍ରମିକରେ ବିଳମ୍ବ ହେଲେ କ୍ଷତିପୂରଣର ବ୍ୟବସ୍ଥା ମଧ୍ୟ ରହିଛି।

Leave A Reply

Your email address will not be published.