ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଆସନ୍ତା ବର୍ଷରୁ ଅନଲାଇନ୍‌ରେ ହେବ ନିଟ୍ ପରୀକ୍ଷା

0

ନୂଆ ଦିଲ୍ଲୀ: ନିଟ୍ ପରୀକ୍ଷା ବ୍ୟବସ୍ଥାରେ ଆସୁଛି ବଡ଼ ପରିବର୍ତ୍ତନ। ଆସନ୍ତା ବର୍ଷରୁ ନିଟ୍ ପରୀକ୍ଷା କମ୍ପ୍ୟୁଟର-ଭିତ୍ତିକ ଟେଷ୍ଟ (ସିବିଟି) ମୋଡ୍‌ରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ଓଏମଆର ପଦ୍ଧତି ପରିବର୍ତ୍ତେ ସିବିଟି ବ୍ୟବସ୍ଥା ଅଧିକ ସୁରକ୍ଷିତ ଓ ସ୍ୱଚ୍ଛ ହେବ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ୧୫ ମିନିଟ୍ ଅତିରିକ୍ତ ସମୟ ଦିଆଯିବ। ପରୀକ୍ଷା ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଜୁନ୍ ୧୪ ସୁଦ୍ଧା ଆଡମିଟ୍ କାର୍ଡ ଜାରି କରାଯିବା ସହ ଛାତ୍ରଛାତ୍ରୀଙ୍କୁ ପସନ୍ଦର ସହର ବାଛିବାର ସୁବିଧା ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସେ କହିଛନ୍ତି, ଖବର ପ୍ରକାଶ ପାଇବା ସହିତ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିଲା ଏବଂ ପରେ ମାମଲାକୁ ତଦନ୍ତ ଏଜେନ୍ସିଙ୍କୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ସିବିଆଇ ଏହାର ତଦନ୍ତ କରୁଥିବାବେଳେ ଶିକ୍ଷା ମାଫିଆଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ ସତର୍କ କରିଛନ୍ତି। ସାଇବର ଅପରାଧକୁ ବଡ଼ ଚ୍ୟାଲେଞ୍ଜ ବୋଲି କହି ଧର୍ମେନ୍ଦ୍ର ପ୍ରଧାନ ଜଣାଇଛନ୍ତି ଯେ ନିଟ୍ ସମ୍ବନ୍ଧୀୟ ଭୁଲ ସାମଗ୍ରୀ ପ୍ରସାର କରୁଥିବା ୧୨୦ଟି ଟେଲିଗ୍ରାମ ଚ୍ୟାନେଲକୁ ବ୍ଲକ୍ କରାଯାଇଛି। “ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ କରିବାକୁ କାହାକୁ ମଧ୍ୟ ଛାଡ଼ାଯିବ ନାହିଁ,” ବୋଲି ସେ କହିଛନ୍ତି।

Leave A Reply

Your email address will not be published.