ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ବିଦେଶ ଯାତ୍ରୀଙ୍କୁ ଝଟକା: ଏୟାର ଇଣ୍ଡିଆ ୬ଟି ପ୍ରମୁଖ ରୁଟ୍‌ରେ ଉଡ଼ାଣ ବନ୍ଦ କଲା

0

ନୂଆଦିଲ୍ଲୀ: ବିଦେଶ ଯାତ୍ରା ପ୍ରସ୍ତୁତ କରୁଥିବା ଯାତ୍ରୀଙ୍କୁ ବଡ଼ ଝଟକା ଲାଗିଛି। ଏୟାର ଇଣ୍ଡିଆ ପକ୍ଷରୁ ୬ଟି ପ୍ରମୁଖ ଆନ୍ତର୍ଜାତୀୟ ରୁଟ୍‌ରେ ବିମାନ ସେବା ସାମୟିକ ଭାବେ ବନ୍ଦ କରାଯାଇଛି। ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା, ଆକାଶ ମାର୍ଗରେ କଟକଣା ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ଏହି ନିଷ୍ପତ୍ତିର ପ୍ରମୁଖ କାରଣ ଭାବେ ଦର୍ଶାଯାଇଛି।

ବନ୍ଦ ହୋଇଥିବା ରୁଟ୍‌ଗୁଡ଼ିକ ହେଲା ଦିଲ୍ଲୀ–ଶିକାଗୋ, ମୁମ୍ବାଇ–ନ୍ୟୁୟର୍କ, ଦିଲ୍ଲୀ–ସାଂଘାଇ, ଚେନ୍ନାଇ–ସିଙ୍ଗାପୁର, ମୁମ୍ବାଇ–ଢାକା ଏବଂ ଦିଲ୍ଲୀ–ମାଲେ। ଏହି ସେବାଗୁଡ଼ିକ ଆସନ୍ତା ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ତେବେ ଏୟାର ଇଣ୍ଡିଆ କହିଛି ଯେ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଉଡ଼ାଣ ସାଧାରଣ ଭାବେ ଚାଲୁ ରହିବ। ପ୍ରତିମାସ ପ୍ରାୟ ୧୨୦୦ ଉଡ଼ାଣ ଜାରି ରହିବା ସହ ଉତ୍ତର ଆମେରିକା, ୟୁରୋପ, ୟୁକେ, ଅଷ୍ଟ୍ରେଲିଆ ଓ ଆଫ୍ରିକା ରୁଟ୍‌ରେ ସେବା ଚାଲୁ ରହିବ। ଏହି ନିଷ୍ପତ୍ତି ଫଳରେ ଯାତ୍ରୀମାନେ ବିକଳ୍ପ ବିମାନ ସେବା ବାଛିବା କିମ୍ବା ନିଜ ଯାତ୍ରା ତାରିଖ ପୁନଃନିର୍ଦ୍ଧାରଣ କରିବାକୁ ବାଧ୍ୟ ହୋଇପାରନ୍ତି।

Leave A Reply

Your email address will not be published.