ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ମେ’ ୨୨ରେ ମୋଦିଙ୍କୁ ଭେଟିବେ ତାମିଳନାଡୁ ମୁଖ୍ୟମନ୍ତ୍ରୀ ବିଜୟ

0

ନ୍ୟୁଜ୍ ବ୍ୟୁରୋ: ତାମିଳନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଆସନ୍ତା ମେ’ ୨୨ରେ ନୂଆଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା ତାଙ୍କର ପ୍ରଥମ ବଡ଼ ଦିଲ୍ଲୀ ଗସ୍ତ ହେବାକୁ ଯାଉଛି। ରାଜନୈତିକ ଓ ପ୍ରଶାସନିକ ଦୃଷ୍ଟିରୁ ଏହି ସାକ୍ଷାତକାରକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ସହ ହେବାକୁଥିବା ବୈଠକରେ ତାମିଳନାଡୁ ପାଇଁ କେନ୍ଦ୍ରୀୟ ଆର୍ଥିକ ସହାୟତା, ଭିତ୍ତିଭୂମି ପ୍ରକଳ୍ପ, ଶିଳ୍ପ ଉନ୍ନୟନ, ରେଳ ଓ ସଡ଼କ ପ୍ରକଳ୍ପ ସହ ବିଭିନ୍ନ ପ୍ରଶାସନିକ ପ୍ରାଥମିକତା ଉପରେ ଆଲୋଚନା ହେବ। ରାଜ୍ୟର ଆର୍ଥିକ ବିକାଶ ଓ ନୂତନ ବିନିଯୋଗ ଆକର୍ଷଣ ପାଇଁ କେନ୍ଦ୍ରର ସହଯୋଗ ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ। ବିଜୟ ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଙ୍କ ସହ ମଧ୍ୟ ସାକ୍ଷାତ କରିପାରନ୍ତି। ଏହା ସହ ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନଙ୍କୁଙ୍କୁ ସୌଜନ୍ୟମୂଳକ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଏହି ଗସ୍ତ ଅବସରରେ ବିଜୟ ବିଭିନ୍ନ ଶିଳ୍ପପତି, କୂଟନୀତିଜ୍ଞ, ଆଇନ ବିଶେଷଜ୍ଞ ଓ ନିବେଶକମାନଙ୍କ ସହ ଆଲୋଚନା କରିପାରନ୍ତି। ତାମିଳନାଡୁରେ ନୂତନ ନିବେଶ, ରୋଜଗାର ସୃଷ୍ଟି ଓ ଶିଳ୍ପ ବିକାଶକୁ ନେଇ ସରକାରଙ୍କ ଭବିଷ୍ୟତ ରଣନୀତି ଉପରେ ମଧ୍ୟ ଏହି ଆଲୋଚନା କେନ୍ଦ୍ରିତ ହେବ ବୋଲି କୁହାଯାଉଛି। ନୂତନ ସରକାର ଗଠନ ପରେ କେନ୍ଦ୍ର ସହ ସମ୍ପର୍କକୁ ଆହୁରି ମଜବୁତ କରିବା ଓ ରାଜ୍ୟର ଉନ୍ନୟନ କାର୍ଯ୍ୟକ୍ରମକୁ ଗତିଶୀଳ କରିବା ପାଇଁ ବିଜୟଙ୍କ ଏହି ଦିଲ୍ଲୀ ଗସ୍ତକୁ ରାଜନୈତିକ ମହଳ ଗୁରୁତ୍ୱ ସହ ନଜର ରଖିଛି।

Leave A Reply

Your email address will not be published.