ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ମିକ୍ସର ମେସିନ ସହ ଓଲଟିଲା ପିକଅପ

0

ନ୍ୟୁଜ୍ ବ୍ୟୁରୋ: ରାଜନଗର ବ୍ଲକ ଡେରା ପଞ୍ଚାୟତ ଅଞ୍ଚଳରେ ଏକ ଦୁର୍ଘଟଣାରେ ମିକ୍ସର ମେସିନ ସହ ପିକଅପ ଗାଡ଼ି ଓଲଟି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୋଖଣି ଗ୍ରାମରେ ଛାତ ପକାଇବା କାମ ସାରି ଶ୍ରମିକମାନେ ମିକ୍ସର ମେସିନ ସହ ପିକଅପରେ ଜରିମୂଳ ଅଞ୍ଚଳକୁ ଫେରୁଥିଲେ। ମୁଗକଣି ଗାଁ ନିକଟରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ସଂଯୋଗ ରାସ୍ତାରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଛିଂଚିରି ଗ୍ରାମର କୁମାର ବାରିକ ଓ ଗୋଖଣି (ଡାହାଣୀଆରୀ) ଗ୍ରାମର ସୁମନ୍ତ ମହାନ୍ତିଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଛିଂଚିରି ଗ୍ରାମର ଅମର ବାରିକ ଓ ରାଜରାଜେଶ୍ୱରପୁର ଗ୍ରାମର ଗୌରାଙ୍ଗ ମଣ୍ଡଳ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.