ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ସୁରଜିତ ନାଥ ମିତ୍ର ପଶ୍ଚିମବଙ୍ଗର ନୂଆ ଆଡଭୋକେଟ୍ ଜେନେରାଲ୍

0

ପଶ୍ଚିମବଙ୍ଗ: ସୁରଜିତ ନାଥ ମିତ୍ରଙ୍କୁ ପଶ୍ଚିମବଙ୍ଗର ନୂତନ ଆଡଭୋକେଟ୍ ଜେନେରାଲ୍ ଭାବେ ନିଯୁକ୍ତ କରାଯାଇଛି। ସେ କିଶୋର ଦତ୍ତଙ୍କ ସ୍ଥାନ ଗ୍ରହଣ କରିଛନ୍ତି। କିଶୋର ଦତ୍ତ ଗତ ମେ ୫ ତାରିଖରେ ପଦରୁ ଇସ୍ତଫା ଦେଇଥିଲେ। ୧୯୮୩ ମସିହାରୁ ଆଇନ ପେଶାରେ କାର୍ଯ୍ୟରତ ସୁରଜିତ ନାଥ ମିତ୍ରଙ୍କର ସିଭିଲ୍ ଓ କମର୍ସିଆଲ୍ ଆଇନ କ୍ଷେତ୍ରରେ ବିଶେଷ ଦକ୍ଷତା ରହିଛି। ପଶ୍ଚିମବଙ୍ଗ ନ୍ୟାୟ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ତାଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ଦିଆଯାଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତୀୟ ସଂବିଧାନର ଅନୁଚ୍ଛେଦ ୧୬୫(୧) ଅନୁଯାୟୀ ରାଜ୍ୟପାଳ ସୁରଜିତ ନାଥ ମିତ୍ରଙ୍କୁ କଲକାତା ହାଇକୋର୍ଟର ସିନିୟର ଆଡଭୋକେଟ୍ ଭାବେ ପଶ୍ଚିମବଙ୍ଗର ଆଡଭୋକେଟ୍ ଜେନେରାଲ୍ ଭାବେ ନିଯୁକ୍ତ କରିଛନ୍ତି। ଏହି ନିଯୁକ୍ତି ମେ ୨୯ ତାରିଖ ଅପରାହ୍ଣରୁ କାର୍ଯ୍ୟକାରୀ ହୋଇଛି। କିଶୋର ଦତ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଥିଲେ। ତୃଣମୂଳ କଂଗ୍ରେସ ଶାସନକାଳରେ ସେ ଦୁଇଥର ଆଡଭୋକେଟ୍ ଜେନେରାଲ୍ ଭାବେ ଦାୟିତ୍ୱ ନେଇଥିଲେ।

୨୦୨୧ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ରାଜ୍ୟ ସରକାର ଚାପରେ ଥିବାବେଳେ ସେ ପ୍ରଥମଥର ପଦ ଛାଡ଼ିଥିଲେ। ପରେ ସୌମେନ୍ଦ୍ରନାଥ ମୁଖାର୍ଜୀ ଏହି ପଦ ଗ୍ରହଣ କରିଥିଲେ। କିନ୍ତୁ ୨୦୨୩ ନଭେମ୍ବରରେ ସୌମେନ୍ଦ୍ରନାଥ ମୁଖାର୍ଜୀ ଇସ୍ତଫା ଦେବା ପରେ କିଶୋର ଦତ୍ତଙ୍କୁ ପୁଣିଥରେ ଆଡଭୋକେଟ୍ ଜେନେରାଲ୍ କରାଯାଇଥିଲା। ସମ୍ପ୍ରତି ବିଜେପି ର ଆଇନ ସେଲ୍ ପକ୍ଷରୁ କଲକାତା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ସୁଜୟ ପଲ୍ ଙ୍କ ନିକଟରେ ରାଜ୍ୟ ସମ୍ବନ୍ଧୀୟ ମାମଲାର ରାୟକୁ ନୂଆ କ୍ୟାବିନେଟ୍ ଗଠନ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅନୁରୋଧ କରାଯାଇଥିଲା। ଏହା ପରେ ଶୀଘ୍ର କିଶୋର ଦତ୍ତଙ୍କ ଇସ୍ତଫା ଖବର ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.