ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ
ଚେତାବନୀ ସତ୍ତ୍ୱେ କାନାଡାରେ ପୁଣି ଅଦିନିଆ ରଥଯାତ୍ରା, ଇସ୍କନକୁ ନେଇ ବଢ଼ିଲା ବିବାଦ
ମମତାଙ୍କ ବୈଠକକୁ ଆସିଲେନି ଟିଏମସିର ୬୦ ବିଧାୟକ
୩ ମାସ ମଧ୍ୟରେ ୫ ହଜାର ନର୍ସିଂ ପଦବୀ ପୂରଣ, ଖୁବ୍‌ଶୀଘ୍ର ବିଜ୍ଞପ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ
ପୁଣି ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର

ମମତାଙ୍କ ବୈଠକକୁ ଆସିଲେନି ଟିଏମସିର ୬୦ ବିଧାୟକ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଭିତରେ ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳ ବଢ଼ୁଥିବା ଚର୍ଚ୍ଚା ଜୋର ଧରିଛି। ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଦଳର ଆଭ୍ୟନ୍ତରୀଣ ଫାଟ ଆହୁରି ସ୍ପଷ୍ଟ ହୋଇଥିବା ରାଜନୈତିକ ମହଳରେ ଆଲୋଚନା ହେଉଛି।

ଏହି ପରିପ୍ରେକ୍ଷୀରେ ମମତା ବାନାର୍ଜୀ ନବନିର୍ବାଚିତ ବିଧାୟକମାନଙ୍କ ଏକ ବୈଠକ ଡାକିଥିଲେ। ହେଲେ ଦଳର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ମାତ୍ର ୨୦ ଜଣ ବୈଠକରେ ଯୋଗ ଦେଇଥିଲେ। କୋଲକାତାର କାଳୀଘାଟସ୍ଥିତ ମମତାଙ୍କ ବାସଭବନରେ ଆୟୋଜିତ ଏହି ବୈଠକରେ ଏତେ ସଂଖ୍ୟକ ବିଧାୟକଙ୍କ ଅନୁପସ୍ଥିତି ଦଳ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ଟିଏମସି ଏହାକୁ ନେଇ କୌଣସି ମତଭେଦ ଥିବା କଥା ଅସ୍ୱୀକାର କରିଛି। ଦଳର ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ, ଅଧିକାଂଶ ବିଧାୟକ ରାଜନୈତିକ ହିଂସା ବିରୋଧରେ ସ୍ଥାନୀୟ ସ୍ତରରେ ଚାଲିଥିବା ବିକ୍ଷୋଭ ଓ ଆନ୍ଦୋଳନରେ ବ୍ୟସ୍ତ ଥିବାରୁ ବୈଠକରେ ଯୋଗ ଦେଇପାରିନଥିଲେ।

କୁନାଲ ଘୋଷଙ୍କ କହିବା ଅନୁଯାୟୀ, ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ଟିଏମସି ୪୮ ଘଣ୍ଟା ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛି। ସୋମବାର ବ୍ଲକ ଓ ୱାର୍ଡ ସ୍ତରରେ ବିକ୍ଷୋଭ ହୋଇଥିବା ବେଳେ ମଙ୍ଗଳବାର ମମତା ବାନାର୍ଜୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ କୋଲକାତାରେ ଧାରଣା କାର୍ଯ୍ୟକ୍ରମ ହେବ। ଦଳ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କ ଗିରଫ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ଯୋଗୁ ବିଧାୟକମାନେ ସ୍ଥାନୀୟ ପରିସ୍ଥିତି ପରିଚାଳନାରେ ବ୍ୟସ୍ତ ଥିଲେ। ସେମାନଙ୍କ ଅନୁରୋଧ କ୍ରମେ ବୈଠକକୁ ସ୍ଥଗିତ ରଖାଯାଇଛି ଏବଂ ପରବର୍ତ୍ତୀ ସମୟରେ ନୂଆ ତାରିଖ ଘୋଷଣା କରାଯିବ। ତେବେ ବୈଠକରେ ଉପସ୍ଥିତ ୨୦ ଜଣ ବିଧାୟକଙ୍କ ସହ ମମତା ବାନାର୍ଜୀ ଆଲୋଚନା କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.