ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ

0

ମଣିପୁର: ହିଂସାକ୍ଲିଷ୍ଟ ମଣିପୁରରେ ପୁଣି ଥରେ ରକ୍ତପାତ ଘଟିଛି। ଶୁକ୍ରବାର ଭୋର ସମୟରେ କାଙ୍ଗପୋକପି ଜିଲାରେ ଲୋଇବୋଲ୍ ଗ୍ରାମରେ କିଛି ଅଜ୍ଞାତ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ଓ ଅସନ୍ତୋଷ ଦେଖାଦେଇଛି।

ଶୁକ୍ରବାର ସକାଳ ପ୍ରାୟ ୪ଟା ୧୦ ମିନିଟ୍ ସମୟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆକ୍ରମଣକାରୀମାନେ ନ୍ୟୁ କେଥେଲମାନବି ଅଞ୍ଚଳ ଅଧୀନ ଲୋଇବୋଲ୍ ଗ୍ରାମକୁ ଘେରି ଯାଇଥିଲେ। ଏହାପରେ ସେମାନେ ଆଖିବୁଜା ଗୁଳିଚାଳନା କରିଥିଲେ। ହଠାତ୍ ଗୁଳିର ଶବ୍ଦରେ ନିଦ୍ରାରେ ଥିବା ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଥିଲେ ଏବଂ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଗୁଳିମାଡ଼ ସହିତ ଆକ୍ରମଣକାରୀମାନେ ଗ୍ରାମର ଅନେକ ଘରକୁ ନିଆଁ ଲଗାଇ ଦେଇଥିଲେ। ଫଳରେ ବହୁ ଘର ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି। ଆକ୍ରମଣରେ ପ୍ରାଣ ହରାଇଥିବା ତିନିଜଣଙ୍କ ପରିଚୟ ଲେଟଖୋଙ୍ଗାମ ହାଓକିପ୍, ଟିନମାରୀ ହାଓକିପ୍ ଏବଂ ଜାଙ୍ଗମିନଲାଲ୍ ହାଓକିପ୍ ବୋଲି ଜଣାପଡ଼ିଛି।

ଘଟଣା ପରେ ସୁରକ୍ଷାବାହିନୀ ଅଞ୍ଚଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆକ୍ରମଣକାରୀଙ୍କ ପରିଚୟ ଓ ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଦୋଷୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି। ଏହି ଘଟଣା ପୁଣିଥରେ ମଣିପୁରର ସୁରକ୍ଷା ପରିସ୍ଥିତିକୁ ନେଇ ଚିନ୍ତା ବଢ଼ାଇଛି।

Leave A Reply

Your email address will not be published.