ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଆଇଟିଡିଏ ଯନ୍ତ୍ରୀଙ୍କ ଘରୁ ମିଳିଲା ୧ କିଲୋରୁ ଊର୍ଦ୍ଧ୍ବ ସୁନା

0

ବାଲିଗୁଡ଼ା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ସମ୍ପତ୍ତି ତଦନ୍ତରେ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ଘର ଓ ବ୍ୟାଙ୍କ ଲକରରୁ ମୋଟ ୧.୨୫୫ କିଲୋଗ୍ରାମ ସୁନା ଅଳଙ୍କାର ଉଦ୍ଧାର ହୋଇଥିବା ସୂଚନା ମିଳିଛି।

ଭିଜିଲାନ୍ସ ସୂଚନା ଅନୁଯାୟୀ, ଗତକାଲି ଗିରଫ ପରେ ଶ୍ରୀ ବେହେରାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଖୋଜାଖୋଜି ଜାରି ରହିଛି। ଏହି କ୍ରମରେ ଆଜି ତାଙ୍କର ପଞ୍ଚମ ବ୍ୟାଙ୍କ ଲକରକୁ ଯାଞ୍ଚ କରାଯାଇଥିଲା। ଲକର ଖୋଲିବା ପରେ ସେଠାରୁ ୭୦୩ ଗ୍ରାମ ଓଜନର ସୁନା ଅଳଙ୍କାର ଏବଂ ୩୭୫ ଗ୍ରାମ ରୂପା ଅଳଙ୍କାର ଜବତ କରାଯାଇଛି। ଏହା ସହ ପୂର୍ବରୁ ଉଦ୍ଧାର ହୋଇଥିବା ସୁନାକୁ ମିଶାଇ ମୋଟ ୧.୨୫୫ କିଲୋଗ୍ରାମ ସୁନା ଠାବ କରାଯାଇଛି।

ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଆୟବହିର୍ଭୂତ ସମ୍ପତ୍ତିର ପରିମାଣ ଓ ଉତ୍ସ ନେଇ ଅଧିକ ତଦନ୍ତ ଚାଲିଛି। ଖୋଜାଖୋଜି ପ୍ରକ୍ରିୟା ଶେଷ ହୋଇନଥିବାରୁ ଆଗାମୀ ଦିନରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.