ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଗାଧୋଇବା ବେଳେ ଭାସିଗଲେ ୩ ସାଙ୍ଗ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଏକ ଅଭାବନୀୟ ଅଘଟଣ ଘଟିଛି। ଗଭୀର ପାଣି ସ୍ରୋତରେ ଭାସିଯାଇ ତିନି ଜଣ ସାଙ୍ଗ ବୁଡ଼ିଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଦୁଇ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି।
ମୃତକ ହେଲେ ଗଣେଶ ଗୋଛାୟତ। ନିଖୋଜ ଥିବା ଦୁଇ ଯୁବକ ହେଲେ ଶକ୍ତି ସାହୁ ଓ ପ୍ରିନ୍ସ ଲୁହାର। ସମସ୍ତେ ତାଳଚେର ଷ୍ଟେସନ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।

ତିନି ସାଙ୍ଗ ତାଳଚେରସ୍ଥିତ ବ୍ରାହ୍ମଣୀ ନଦୀର ଜଗନ୍ନାଥ ମନ୍ଦିର ନିକଟସ୍ଥ ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଉଥିବା ସମୟରେ ସେମାନେ ହଠାତ୍ ନଦୀର ଗଭୀର ସ୍ରୋତରେ ଭାସିଯାଇ ବୁଡ଼ି ଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ତାଳଚେର ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ଗଣେଶ ଗୋଛାୟତଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଶକ୍ତି ସାହୁ ଓ ପ୍ରିନ୍ସ ଲୁହାରଙ୍କ ସନ୍ଧାନ ପାଇଁ ଅଭିଯାନ ଜାରି ରହିଛି। ଏହି ଦୁଃଖଦ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନଦୀ ଘାଟରେ ସୁରକ୍ଷା ବ୍ୟବସ୍ଥା ଏବଂ ସଚେତନତା ବୃଦ୍ଧି ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

Leave A Reply

Your email address will not be published.