ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

୪୦% ବଢ଼ିଲା କଲ୍ୟାଣ ସହାୟତା ରାଶି

0

ଭୁବନେଶ୍ବର: ରାଜ୍ୟର ଆଇନଜୀବୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ କଲ୍ୟାଣ ପାଣ୍ଠିରୁ ଅବସର ଗ୍ରହଣ କିମ୍ବା ଦେହାନ୍ତ କ୍ଷେତ୍ରରେ ଆଇନଜୀବୀ ଓ ସେମାନଙ୍କ ପରିବାରକୁ ମିଳୁଥିବା ସହାୟତା ରାଶିକୁ ୪୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ବିଭିନ୍ନ ଅଦାଲତରେ କାର୍ଯ୍ୟରତ ହଜାର ହଜାର ଆଇନଜୀବୀ ଏବଂ ସେମାନଙ୍କ ପରିବାର ଉପକୃତ ହେବେ। ଉଲ୍ଲେଖଯୋଗ୍ୟ ଯେ, ଶେଷଥର ପାଇଁ ୨୦୨୧ ମସିହାରେ ଏହି ସହାୟତା ରାଶିରେ ବୃଦ୍ଧି କରାଯାଇଥିଲା। ନୂତନ ବ୍ୟବସ୍ଥା ଅନୁସାରେ, ପାଞ୍ଚ ବର୍ଷ କିମ୍ବା ତା’ଠାରୁ କମ୍ ସମୟ ଧରି କାର୍ଯ୍ୟରତ ଥିବା କୌଣସି ଆଇନଜୀବୀଙ୍କ ଦେହାନ୍ତ ଘଟିଲେ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୧ ଲକ୍ଷ ୫ ହଜାର ଟଙ୍କା ସହାୟତା ମିଳିବ। ଏହାପରେ ପ୍ରତ୍ୟେକ ଅତିରିକ୍ତ ବର୍ଷର କାର୍ଯ୍ୟାନୁଭବ ଅନୁଯାୟୀ ସହାୟତା ରାଶି ବୃଦ୍ଧି ପାଇବ।

ସେହିପରି, ୩୦ ବର୍ଷ କାର୍ଯ୍ୟରତ ରହିଥିବା ଆଇନଜୀବୀ ଅବସର ଗ୍ରହଣ କଲେ କିମ୍ବା ତାଙ୍କ ଦେହାନ୍ତ ଘଟିଲେ, ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ସର୍ବାଧିକ ୬ ଲକ୍ଷ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ଆଇନଜୀବୀ ସମାଜ ସ୍ୱାଗତ କରିଛି। ଏହା ଆଇନଜୀବୀମାନଙ୍କ ସାମାଜିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ସହ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.