ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

୪୦% ବଢ଼ିଲା କଲ୍ୟାଣ ସହାୟତା ରାଶି

0

ଭୁବନେଶ୍ବର: ରାଜ୍ୟର ଆଇନଜୀବୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ କଲ୍ୟାଣ ପାଣ୍ଠିରୁ ଅବସର ଗ୍ରହଣ କିମ୍ବା ଦେହାନ୍ତ କ୍ଷେତ୍ରରେ ଆଇନଜୀବୀ ଓ ସେମାନଙ୍କ ପରିବାରକୁ ମିଳୁଥିବା ସହାୟତା ରାଶିକୁ ୪୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ବିଭିନ୍ନ ଅଦାଲତରେ କାର୍ଯ୍ୟରତ ହଜାର ହଜାର ଆଇନଜୀବୀ ଏବଂ ସେମାନଙ୍କ ପରିବାର ଉପକୃତ ହେବେ। ଉଲ୍ଲେଖଯୋଗ୍ୟ ଯେ, ଶେଷଥର ପାଇଁ ୨୦୨୧ ମସିହାରେ ଏହି ସହାୟତା ରାଶିରେ ବୃଦ୍ଧି କରାଯାଇଥିଲା। ନୂତନ ବ୍ୟବସ୍ଥା ଅନୁସାରେ, ପାଞ୍ଚ ବର୍ଷ କିମ୍ବା ତା’ଠାରୁ କମ୍ ସମୟ ଧରି କାର୍ଯ୍ୟରତ ଥିବା କୌଣସି ଆଇନଜୀବୀଙ୍କ ଦେହାନ୍ତ ଘଟିଲେ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୧ ଲକ୍ଷ ୫ ହଜାର ଟଙ୍କା ସହାୟତା ମିଳିବ। ଏହାପରେ ପ୍ରତ୍ୟେକ ଅତିରିକ୍ତ ବର୍ଷର କାର୍ଯ୍ୟାନୁଭବ ଅନୁଯାୟୀ ସହାୟତା ରାଶି ବୃଦ୍ଧି ପାଇବ।

ସେହିପରି, ୩୦ ବର୍ଷ କାର୍ଯ୍ୟରତ ରହିଥିବା ଆଇନଜୀବୀ ଅବସର ଗ୍ରହଣ କଲେ କିମ୍ବା ତାଙ୍କ ଦେହାନ୍ତ ଘଟିଲେ, ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ସର୍ବାଧିକ ୬ ଲକ୍ଷ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ଆଇନଜୀବୀ ସମାଜ ସ୍ୱାଗତ କରିଛି। ଏହା ଆଇନଜୀବୀମାନଙ୍କ ସାମାଜିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ସହ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.