ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଲକ୍ଷ୍ନୌ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ

0

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜ ଅଞ୍ଚଳର ପୁରନିଆ ସ୍ଥିତ ଏକ କୋଚିଂ ସେଣ୍ଟର ଓ ବାଣିଜ୍ୟିକ କୋଠାରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଅତି କମରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି, କାରଣ କିଛି ଲୋକ ଏବେ ମଧ୍ୟ କୋଠା ଭିତରେ ଫସି ରହିଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ଦିନବେଳେ ହଠାତ୍ କୋଠାରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା। କିଛି ସମୟ ମଧ୍ୟରେ ନିଆଁ ଦ୍ରୁତ ଗତିରେ ସମଗ୍ର କୋଠାରେ ବ୍ୟାପି ଯାଇଥିଲା। ଏହା ଫଳରେ କୋଚିଂ ସେଣ୍ଟର ଓ ଲାଇବ୍ରେରୀରେ ପାଠପଢ଼ା କରୁଥିବା ଛାତ୍ରଛାତ୍ରୀମାନେ ଭିତରେ ଫସି ଯାଇଥିଲେ। ଘନ ଧୂଆଁରେ ଶ୍ୱାସରୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରୁ ଭିତରେ ଆତଙ୍କ ଖେଳିଯାଇଥିଲା ଏବଂ ଅନେକ ଛାତ୍ରଛାତ୍ରୀ ନିଜ ଜୀବନ ବଞ୍ଚାଇବା ପାଇଁ କୋଠାର ବାଲକୋନିରୁ ଡେଇଁ ପଡ଼ିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ନିଆଁ ଲାଗିବା ପରେ ସମଗ୍ର ଅଞ୍ଚଳରେ ଚିତ୍କାର ଓ ଅଫରାତଫରିର ପରିସ୍ଥିତି ଦେଖାଦେଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ି ଅନେକ ଛାତ୍ରଛାତ୍ରୀଙ୍କୁ ବାହାରକୁ ଆଣିଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ କୋଠାରୁ ଘନ ଧୂଆଁ ବାହାରୁଥିଲା ଏବଂ କିଛି ଛାତ୍ରଛାତ୍ରୀ ସହାୟତା ପାଇଁ ଚିତ୍କାର କରୁଥିଲେ। ସେମାନେ ପ୍ରାୟ ୫ରୁ ୬ ଜଣଙ୍କୁ ସୁରକ୍ଷିତ ଭାବେ ବାହାର କରିଥିବା ମଧ୍ୟ କହିଛନ୍ତି।

ଘଟଣାର ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଦଳ, ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପାଖ ଘରର ଛାତରୁ କୋଚିଂ ସେଣ୍ଟରର କାନ୍ଥ କାଟି ଭିତରକୁ ପ୍ରବେଶ କରାଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଘନ ଧୂଆଁ ମଧ୍ୟରେ ଫସିଥିବା ଲୋକଙ୍କୁ ଖୋଜି ବାହାର କରିବା ସହ ନିଆଁକୁ ନିୟନ୍ତ୍ରଣ କରିବାରେ ଲାଗିପଡ଼ିଥିଲେ। ଏପର୍ଯ୍ୟନ୍ତ ଅନେକ ଆହତଙ୍କୁ ଉଦ୍ଧାର କରି ଟ୍ରମା ସେଣ୍ଟର ଓ ଅନ୍ୟ ହସ୍ପିଟାଲକୁ ପଠାଯାଇଛି। କିଛି ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଜିଲ୍ଲା ମାଜିଷ୍ଟ୍ରେଟ୍, ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ସର୍ଟ ସର୍କିଟ୍ କିମ୍ବା ବିଦ୍ୟୁତ ତ୍ରୁଟି ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ଏହି ଦୁର୍ଘଟଣା ପରେ କୋଚିଂ ସେଣ୍ଟର ଓ ବାଣିଜ୍ୟିକ କୋଠାଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.