ପ୍ରମୁଖ ଖବର

ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍‌ ସିଟି ଓ ମୋଟୋରସ୍ପୋର୍ଟସ୍‌ ସିଟି, ଆସିବ ଫର୍ମୁଲା-୧ ରେସ୍‌
ସତ୍ୟେନ୍ଦ୍ର ଜୈନ୍‌ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ

କେନାଲ ପାଣିରେ ଭାସିଗଲେ ଯୁବକ

0

ଭୁବନେଶ୍ବର: ଭୁବନେଶ୍ୱରର ବାଣୀବିହାର ନିକଟ କେନାଲରେ ଭାସି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ଜୋରଦାର ତଲାସି ଅଭିଯାନ ଚାଲିଛି। ଶନିବାର ମଧ୍ୟାହ୍ନରେ ବାଣୀବିହାର ନିକଟସ୍ଥ କେନାଲରୁ ଏହି ଅଘଟଣର ଖବର ଆସିଥିଲା। ସୂଚନା ପାଇବା ପରେ ତୁରନ୍ତ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ସ୍ଥାନୀୟ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅଭିଯାନର ତଦାରଖ କରୁଛି। ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଖୋଜାଖୋଜି ଚାଲିଥିଲେ ମଧ୍ୟ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିନାହିଁ। ଉଦ୍ଧାରକାରୀ ଦଳ ପାଣିର ସୁଅ ଭିତରେ ଲାଇଫ୍ ଜ୍ୟାକେଟ୍ ପିନ୍ଧି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଘଟଣାସ୍ଥଳରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରୁଛନ୍ତି। ନିଖୋଜ ଯୁବକଙ୍କୁ ଶୀଘ୍ର ଠାବ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୧ ମସିହାରେ ମଧ୍ୟ ଏହି ଅଞ୍ଚଳରେ ଜଣେ ନାବାଳକ କେନାଲ ପାଣିରେ ଭାସିଯାଇଥିବା ଘଟଣା ଘଟିଥିଲା। ଏହି ନୂଆ ଘଟଣା ସେହି ସ୍ମୃତିକୁ ପୁଣିଥରେ ତାଜା କରିଦେଇଛି।

Leave A Reply

Your email address will not be published.