ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା

0

ବିହାର: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ କୁମାର ସିହ୍ନା ଓରଫ ‘ବଣ୍ଟି’ ବିଧାନସଭା ଉପନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସେ ନିଜର ନାମାଙ୍କନ ପ୍ରତ୍ୟାହାର କରିବା ସହ ଏନେଇ ଭାଜପା ରାଜ୍ୟ ସଭାପତି ସଞ୍ଜୟ ସରାୱାଗୀଙ୍କୁ ଏକ ଚିଠି ଲେଖି ଅବଗତ କରାଇଛନ୍ତି। ଅଭିଷେକ ସିହ୍ନା ତାଙ୍କ ଚିଠିରେ ପାରିବାରିକ କାରଣ ଦର୍ଶାଇ ନିର୍ବାଚନ ଲଢ଼ିବାରେ ଅସମର୍ଥ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସେ ମାତ୍ର ଗୋଟିଏ ଦିନ ପୂର୍ବରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ତାଙ୍କ ପ୍ରତ୍ୟାହାରକୁ ନେଇ ଏପର୍ଯ୍ୟନ୍ତ ଭାଜପା ପକ୍ଷରୁ କୌଣସି ଔପଚାରିକ ବିବୃତ୍ତି ଜାରି କରାଯାଇନାହିଁ। ଗଣମାଧ୍ୟମ ସମ୍ମୁଖରେ ଅଭିଷେକ ସିହ୍ନା କହିଛନ୍ତି ଯେ, ଭାଜପା ତାଙ୍କୁ ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଭାବେ ମନୋନୀତ କରିଥିଲା ଏବଂ ଏଥିପାଇଁ ସେ ଦଳର କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱଙ୍କ ପ୍ରତି କୃତଜ୍ଞ। କିନ୍ତୁ ପାରିବାରିକ ପରିସ୍ଥିତି ଯୋଗୁଁ ସେ ନିର୍ବାଚନ ଲଢ଼ିବାକୁ ସକ୍ଷମ ନୁହନ୍ତି। ସେ ଆହୁରି କହିଛନ୍ତି ଯେ, ନିର୍ବାଚନ ନ ଲଢ଼ିଲେ ମଧ୍ୟ ଜଣେ ନିଷ୍ଠାବାନ ଦଳୀୟ କର୍ମୀ ଭାବେ ପୂର୍ବପରି ସଂଗଠନ ପାଇଁ କାମ କରିବେ ଏବଂ ଦଳର ଦାୟିତ୍ୱ ନିଷ୍ଠାର ସହ ପାଳନ କରିବେ।

Leave A Reply

Your email address will not be published.