ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ନୌସେନାରେ ସାମିଲ ହେଲା ଆଇଏନଏସ୍ ମହେନ୍ଦ୍ରଗିରି, ଲୋକାର୍ପଣ କଲେ ରାଜନାଥ ସିଂହ

0

ବିଶାଖାପାଟଣା: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ୱଦେଶୀ ପ୍ରଯୁକ୍ତିରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧଜାହାଜ ‘ଆଇଏନଏସ୍ ମହେନ୍ଦ୍ରଗିରି’କୁ ଲୋକାର୍ପଣ କରିଛନ୍ତି। ଏହା ସହିତ ଜାହାଜଟି ଭାରତୀୟ ନୌସେନାରେ ବିଧିବଦ୍ଧ ଭାବେ ସାମିଲ ହୋଇଛି।
ଓଡ଼ିଶାର ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତମାଳାର ନାମ ଅନୁସାରେ ନାମିତ ଏହି ଯୁଦ୍ଧଜାହାଜ ସ୍ଥିରତା, ଶକ୍ତି ଓ ଅଟଳ ସଂକଳ୍ପର ପ୍ରତୀକ ବୋଲି ରାଜନାଥ ସିଂହ କହିଛନ୍ତି। ଅବସରରେ ତାଙ୍କୁ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯାଇଥିଲା।

ଭାରତୀୟ ନୌସେନାର ୱାରସିପ୍ ଡିଜାଇନ ବ୍ୟୁରୋ ଦ୍ୱାରା ଡିଜାଇନ ହୋଇଥିବା ଏବଂ ମୁମ୍ବାଇର ମାଜାଗନ୍ ଡକ୍ ଶିପବିଲ୍ଡର୍ସ ଦ୍ୱାରା ନିର୍ମିତ ୬,୬୭୦ ଟନ୍ ଓଜନ ବିଶିଷ୍ଟ ଆଇଏନଏସ୍ ମହେନ୍ଦ୍ରଗିରି ଆକାଶ, ଜଳପଥ ଓ ସମୁଦ୍ର ଗର୍ଭରୁ ଆସୁଥିବା ବିଭିନ୍ନ ବିପଦକୁ ଏକାସାଥିରେ ମୁକାବିଲା କରିବାର କ୍ଷମତା ରଖେ। ଜାହାଜଟିରେ ଉନ୍ନତ ରାଡାର, ଦୀର୍ଘ ପାଳ୍ଲାର ପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର, ସ୍ୱଦେଶୀ ରକେଟ ଲଞ୍ଚର, ଟର୍ପେଡୋ ଲଞ୍ଚର, ସମନ୍ୱିତ ପ୍ରତିରକ୍ଷା ପ୍ରଣାଳୀ, ଇଲେକ୍ଟ୍ରୋନିକ ଯୁଦ୍ଧ ବ୍ୟବସ୍ଥା ଓ ଆଧୁନିକ ଅସ୍ତ୍ର ପ୍ରଣାଳୀ ରହିଛି। ଏହି ବୈଶିଷ୍ଟ୍ୟଗୁଡ଼ିକ ଏହାକୁ ଅଧିକ ଶକ୍ତିଶାଳୀ ଓ ଅଭେଦ୍ୟ କରିଛି।

ଉଦ୍‌ବୋଧନରେ ରାଜନାଥ ସିଂହ କହିଥିଲେ ଯେ, ଭବିଷ୍ୟତର ଯୁଦ୍ଧରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଭୂମିକା ବଢ଼ିପାରେ, କିନ୍ତୁ ଚୂଡ଼ାନ୍ତ ବିଜୟ ସୁଶିକ୍ଷିତ ସୈନିକ, ଦୃଢ଼ ସଂକଳ୍ପ ଏବଂ ଶକ୍ତିଶାଳୀ ପାରମ୍ପରିକ ସାମରିକ କ୍ଷମତା ଉପରେ ନିର୍ଭର କରିବ। ଆଧୁନିକ ପ୍ରଯୁକ୍ତି ପାରମ୍ପରିକ ଯୁଦ୍ଧ କୌଶଳର ବିକଳ୍ପ ନୁହେଁ, ବରଂ ଏହାର ପୂରକ ବୋଲି ସେ ମତ ପ୍ରକାଶ କରିଥିଲେ। ସେ ଆନ୍ଧ୍ରପ୍ରଦେଶର ପ୍ରତିରକ୍ଷା ଓ ଏରୋସ୍ପେସ୍ ଉତ୍ପାଦନ କ୍ଷେତ୍ରରେ ବଢ଼ୁଥିବା ଅବଦାନକୁ ମଧ୍ୟ ପ୍ରଶଂସା କରିଥିଲେ।

Leave A Reply

Your email address will not be published.