ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ

0

ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘କେଜିରୁ ପିଜି ମାଗଣା ଶିକ୍ଷା’ ଯୋଜନାକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱର ଅବସାନ ଘଟାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ ସ୍ପଷ୍ଟ କରିଛନ୍ତି ଯେ ପ୍ରଫେସନାଲ୍ ଏବଂ ସେଲ୍ଫ ଫାଇନାନ୍ସିଂ କୋର୍ସକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ମାଗଣା ଶିକ୍ଷା ସୁବିଧା ପାଇବେ।

ମନ୍ତ୍ରୀ କହିଛନ୍ତି ଯେ, ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ଅନେକ ଛାତ୍ରଛାତ୍ରୀ ନାମଲେଖା ବାବଦରେ ଶୁଳ୍କ ପ୍ରଦାନ କରିସାରିଛନ୍ତି। ଏପରି ସ୍ଥିତିରେ ଯେଉଁ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଟଙ୍କା ଦେଇଛନ୍ତି, ସେମାନଙ୍କୁ ସେହି ଅର୍ଥ ଫେରସ୍ତ କରାଯିବ।
ସରକାରଙ୍କ ଏହି ସ୍ପଷ୍ଟୀକରଣ ପରେ ମାଗଣା ଶିକ୍ଷା ଯୋଜନାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଥିବା ଅନେକ ପ୍ରଶ୍ନର ଉତ୍ତର ମିଳିଛି। ଏହି ଯୋଜନା ମାଧ୍ୟମରେ ସାଧାରଣ ଶିକ୍ଷା କ୍ଷେତ୍ରରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.