ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

0

ଶୁଭାରମ୍ଭ କରିବେ ମୋଦୀ

ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଦେଶର ପ୍ରଥମ ହାଇଡ୍ରୋଜେନ୍ ଇନ୍ଧନଚାଳିତ ଟ୍ରେନ୍‌ର ଶୁଭାରମ୍ଭ ଆସନ୍ତା ଜୁଲାଇ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ। ଏହି ପରିବେଶ ଅନୁକୂଳ ଟ୍ରେନ୍ ହରିୟାଣାର ଜିନ୍ଦ ଓ ସୋନିପତ ମଧ୍ୟରେ ୮୯ କିଲୋମିଟର ଦୂରତା ପ୍ରାୟ ଦୁଇ ଘଣ୍ଟାରେ ଅତିକ୍ରମ କରିବ।

୧୦ କୋଚ୍ ବିଶିଷ୍ଟ ଏହି ଡିଇଏମ୍‌ୟୁ ଟ୍ରେନ୍‌ରେ ୬୮୨ଟି ଆସନ ଥିବାବେଳେ ମୋଟ ୨,୬୦୦ ଯାତ୍ରୀଙ୍କୁ ବହନ କରିପାରିବ। ଟ୍ରେନ୍‌ଟି ଜିନ୍ଦରୁ ସକାଳ ୭ଟା ୪୦ ମିନିଟରେ ଛାଡ଼ି ସୋନିପତରେ ସକାଳ ୯ଟା ୪୦ ମିନିଟରେ ପହଞ୍ଚିବ। ଫେରନ୍ତା ଯାତ୍ରାରେ ସୋନିପତରୁ ସକାଳ ୧୦ଟା ୪୦ ମିନିଟରେ ଛାଡ଼ି ଅପରାହ୍ନ ୧ଟାରେ ଜିନ୍ଦରେ ପହଞ୍ଚିବ। ମାର୍ଗରେ ଏହା ୧୨ଟି ମଧ୍ୟବର୍ତ୍ତୀ ଷ୍ଟେସନରେ ରହଣି କରିବ।

ପରୀକ୍ଷଣ ସମୟରେ ଟ୍ରେନ୍‌ଟି ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗ ହାସଲ କରିଥିବାବେଳେ ନିୟମିତ ସେବାରେ ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ରହିବ। ଡିଜେଲ ପରିବର୍ତ୍ତେ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍‌ରୁ ଶକ୍ତି ପାଉଥିବା ଏହି ଟ୍ରେନ୍ କାର୍ବନ ନିର୍ଗମନ ହ୍ରାସ କରି ସବୁଜ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବ ବୋଲି ରେଳ ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି। ସୁରକ୍ଷା ଦୃଷ୍ଟିରୁ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ଟ୍ରେନ୍ ସହ ବିଶେଷ ତାଲିମପ୍ରାପ୍ତ ବୈଷୟିକ କର୍ମଚାରୀ ନିୟୋଜିତ ରହିବେ।

Leave A Reply

Your email address will not be published.