ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

କେନ୍ଦୁପତ୍ର ତୋଳାଳିଙ୍କ ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି

0

ଭୁବନେଶ୍ବର: ରାଜ୍ୟର ଲକ୍ଷାଧିକ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ୍ ଷ୍ଟାଫଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ବର୍ଗର କର୍ମଜୀବୀଙ୍କ ଜୀବନଯାପନ ମାନର ଉନ୍ନତି ଓ ସେମାନଙ୍କ ପରିଶ୍ରମକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବୋନସ, ପ୍ରୋତ୍ସାହନ ରାଶି ଏବଂ କେନ୍ଦୁପତ୍ରର କ୍ରୟମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ କେନ୍ଦୁପତ୍ର କ୍ରୟମୂଲ୍ୟରେ ବୃଦ୍ଧି କରାଯାଇଛି। କେରି ପିଛା ୧୦ ପଇସା ଏବଂ ଫାଳ ପିଛା ୨୦ ପଇସା ମୂଲ୍ୟ ବଢ଼ାଯାଇଛି। ଏହି ମୂଲ୍ୟବୃଦ୍ଧି ବାବଦରେ ରାଜ୍ୟ ସରକାରଙ୍କୁ ୧୦.୭୮ କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିବାକୁ ପଡ଼ିବ।

ଏହାସହ କେନ୍ଦୁପତ୍ର ତୋଳାଳିମାନଙ୍କୁ ସେମାନଙ୍କ ଆୟର ୨୫ ପ୍ରତିଶତ ହାରରେ ବୋନସ ପ୍ରଦାନ କରାଯିବ। ଅନ୍ୟପଟେ ବନ୍ଧାଳି ଓ ସିଜନାଲ୍ ଷ୍ଟାଫଙ୍କ ପାଇଁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି ମଞ୍ଜୁର କରାଯାଇଛି। ଏହି ବୋନସ ଓ ପ୍ରୋତ୍ସାହନ ରାଶି ବାବଦରେ ସରକାର ୬୪ କୋଟି ଟଙ୍କା ବ୍ୟୟ କରିବେ। ମୂଲ୍ୟବୃଦ୍ଧି, ବୋନସ ଓ ପ୍ରୋତ୍ସାହନ ରାଶିକୁ ମିଶାଇ ରାଜ୍ୟ ସରକାର ମୋଟ ୭୪.୭୮ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ପଦକ୍ଷେପ ଦ୍ୱାରା ଜଙ୍ଗଲ ଉପରେ ନିର୍ଭରଶୀଳ ଏବଂ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଲକ୍ଷାଧିକ ପରିବାର ସିଧାସଳଖ ଭାବେ ଉପକୃତ ହେବେ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।
କେନ୍ଦୁପତ୍ର ସଂଗ୍ରହ ଓ ପ୍ରକ୍ରିୟାକରଣ କାର୍ଯ୍ୟରେ ନିୟୋଜିତ ତୋଳାଳି, ବନ୍ଧାଳି ଓ ସିଜନାଲ୍ କର୍ମଚାରୀମାନେ ଦୀର୍ଘଦିନ ଧରି ମୂଲ୍ୟବୃଦ୍ଧି ଓ ବୋନସ ଦାବି କରୁଥିଲେ। ସରକାରଙ୍କ ଏହି ନିଷ୍ପତ୍ତି ସେମାନଙ୍କ ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବା ସହ ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳର ଅର୍ଥନୀତିକୁ ମଧ୍ୟ ଶକ୍ତିଶାଳୀ କରିବ ବୋଲି ମତ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ କେନ୍ଦୁପତ୍ର ସଂଗ୍ରହ ସହ ଜଡିତ ବିଭିନ୍ନ ସଂଗଠନ ସ୍ୱାଗତ କରିଛନ୍ତି।

Leave A Reply

Your email address will not be published.