ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ଓଡ଼ିଶାକୁ ରେଳର ଡବଲ୍ ଉପହାର

0

ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ଓଡ଼ିଶା ରେଳ ଭିତ୍ତିଭୂମି ବିକାଶକୁ ବଡ଼ ପ୍ରୋତ୍ସାହନ ମିଳିଛି। କେନ୍ଦ୍ର କ୍ୟାବିନେଟ୍ ରାଜ୍ୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ଦୁଇ ପ୍ରକଳ୍ପ ପାଇଁ ମୋଟ ୩,୯୦୭ କୋଟି ଟଙ୍କା ବ୍ୟୟ ହେବ ଏବଂ ୨୦୩୦-୩୧ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅନୁମୋଦନ ପାଇଥିବା ପ୍ରକଳ୍ପ ମଧ୍ୟରେ ପାରାଦୀପ-ହରିଦାସପୁର ରେଳପଥର ଦୋହରୀକରଣ ଏବଂ ରାଜଖରସୁଆଁ-ଡାଙ୍ଗପୋଷି ରେଳପଥକୁ ଚାରି ଲାଇନ୍‌ରେ ପରିଣତ କରିବା ଯୋଜନା ରହିଛି। ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ମାଲବାହୀ ଟ୍ରେନ୍ ଚଳାଚଳ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ। ବିଶେଷକରି ପାରାଦୀପ ବନ୍ଦର ସହ ଶିଳ୍ପାଞ୍ଚଳଗୁଡ଼ିକର ସଂଯୋଗ ଆହୁରି ସୁଦୃଢ଼ ହେବ। ଏହା ଫଳରେ ଶିଳ୍ପ, ଖଣିଜ ପରିବହନ ଓ ବାଣିଜ୍ୟିକ କାର୍ଯ୍ୟକଳାପକୁ ଦ୍ରୁତ ଗତି ମିଳିବ। ଏହା ସହ ପୂର୍ବ ଉପକୂଳ ଅଞ୍ଚଳରେ ରେଳ ନେଟୱର୍କର କ୍ଷମତା ବୃଦ୍ଧି ପାଇବା ସହ ଯାତାୟାତ ଚାପ ହ୍ରାସ ପାଇବ ବୋଲି ଆଶା କରାଯାଉଛି। କେନ୍ଦ୍ର କ୍ୟାବିନେଟ୍‌ର ଏହି ନିଷ୍ପତ୍ତିକୁ ଓଡ଼ିଶାର ରେଳ ବିକାଶ ଦିଗରେ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।

Leave A Reply

Your email address will not be published.