ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

0

ପୁରୀ: ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରରେ ରହିଥିବା ରତ୍ନ ଅଳଙ୍କାରର ଗଣତି ଓ ମଣତି କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ। ଗତ ମେ ୨୩ ତାରିଖରୁ ଏହି କାର୍ଯ୍ୟ ସ୍ଥଗିତ ରହିଥିବାବେଳେ ଆଜିଠାରୁ ପୁନର୍ବାର ଏହା ଆରମ୍ଭ କରାଯାଉଛି। ବିଶେଷକରି ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି କରାଯିବ।

ଏହି ଅବସରରେ ମହାପ୍ରଭୁଙ୍କ ରାହୁ ରେଖା, ଝୋବା, ସୁନା ଚିତା, ରୂପା ରସିକ ଏବଂ ସୁନା ଥଣ୍ଟିଆ ଭଳି ମୂଲ୍ୟବାନ ଅଳଙ୍କାରର ଗଣତି ଓ ଯାଞ୍ଚ ସହ ଥ୍ରୀଡି ସ୍କାନିଂ କରାଯିବ। ଏହା ମାଧ୍ୟମରେ ଅଳଙ୍କାରଗୁଡ଼ିକର ସଠିକ୍ ତଥ୍ୟ ସଂରକ୍ଷଣ ଓ ଡିଜିଟାଲ ରେକର୍ଡ ପ୍ରସ୍ତୁତ କରାଯିବ।

ଅନ୍ୟପକ୍ଷରେ, ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ପାଇଁ ତାରିଖ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରଣ କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.