ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି

0

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଞ୍ଚ ଓ ରାଜୌରୀ ଜିଲ୍ଲାରେ ବାଦଲଫଟା ବର୍ଷା ଏବଂ ଆକସ୍ମିକ ବନ୍ୟା ଭୟାବହ ସ୍ଥିତି ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳରୁ ୩ଟି ମୃତଦେହ ଉଦ୍ଧାର ହୋଇଥିବାବେଳେ ରାଜୌରୀରୁ ଜଣେ ମୃତକଙ୍କ ଶବ ମିଳିଛି। ଜିଲ୍ଲା ପ୍ରଶାସନ ଆକସ୍ମିକ ବନ୍ୟାକୁ ଏହି ପ୍ରାଣହାନୀର କାରଣ ବୋଲି ସୂଚନା ଦେଇଛି। ରାଜୌରୀର ବେଲା କଲୋନୀ ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ପରେ ବନ୍ୟାଜଳରେ ଗାଡ଼ି, କାର ଓ ଅନ୍ୟାନ୍ୟ ଭିତ୍ତିଭୂମି ଭାସିଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ନିରନ୍ତର କାର୍ଯ୍ୟ ଚାଲାଇଥିବାବେଳେ ପ୍ରଶାସନ କ୍ଷୟକ୍ଷତିର ଆକଳନ କରୁଛି। ଖରାପ ପାଗ ଓ ଆଗାମୀ ଦିନରେ ଆକସ୍ମିକ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ସରକାର ହାଇ ଆଲର୍ଟ ଜାରି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା କହିଛନ୍ତି। ସେ କହିଛନ୍ତି ଯେ, ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ସରକାର ପ୍ରତିବଦ୍ଧ। ସ୍ଥିତିର ସମୀକ୍ଷା ପାଇଁ ସେ ଦିଲ୍ଲୀରୁ ଜମ୍ମୁ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି। ଏପରିସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଜୁଲାଇ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଖରାପ ପାଗର ପୂର୍ବାନୁମାନ କରିଛି। ପିର ପାଞ୍ଜାଲ ପର୍ବତମାଳା ଓ କାଶ୍ମୀରର ଉଚ୍ଚାଞ୍ଚଳରେ ଭୂସ୍ଖଳନ, କାଦୁଅ ଧସ, ପଥର ଖସିବା ଓ ଆକସ୍ମିକ ବନ୍ୟାର ଆଶଙ୍କା ରହିଛି। ଅନନ୍ତନାଗ, ପହଲଗାମ, କୁଲଗାମ, ସୋପିଆନ, ଗୁଲମାର୍ଗ, ସୋନମାର୍ଗ-ଜୋଜିଲା, ବାନ୍ଦିପୋରା-ରାଜଦାନ ପାସ ଓ କୁପୱାଡା-ସାଧନା ପାସ ଅଞ୍ଚଳ ପାଇଁ ସତର୍କତା ଜାରି କରାଯାଇଛି।

ପାଣିପାଗ ସତର୍କତା ମଧ୍ୟରେ ପ୍ରଶାସନ ରବିବାରଠାରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିଛି। ଏଥିସହ କୁପୱାଡା ଜିଲ୍ଲା ପ୍ରଶାସନ କେରାନ, କର୍ଣ୍ଣାହ, ମାଛିଲ, ବୁଦନାମଲ, ଜୁମାଗୁଣ୍ଡ, ନୌଗାମ ଓ କୁମକାଡି ପାର୍ବତ୍ୟ ଅଞ୍ଚଳର ଲୋକମାନଙ୍କୁ ଅନାବଶ୍ୟକ ବାହାରକୁ ନଯିବା ଏବଂ ନଦୀ, ନାଳ ଓ ପାହାଡ଼ିଆ ଅଞ୍ଚଳ ନିକଟରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି।

Leave A Reply

Your email address will not be published.