ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ପଶ୍ଚିମବଙ୍ଗରେ ଅମୂଲର ବିଶ୍ୱର ସର୍ବବୃହତ ଦହି କାରଖାନାର ଶିଳାନ୍ୟାସ

0

ପଶ୍ଚିମବଙ୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସହକାର ସେ ସମୃଦ୍ଧି’ ଓ ‘ଶ୍ୱେତ ବିପ୍ଳବ ୨.୦’ ଦୃଷ୍ଟିକୋଣକୁ ଆଗେଇ ନେଇ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା କଲକାତାର ନ୍ୟୁ ଟାଉନ କନଭେନସନ ସେଣ୍ଟରରେ ଅମୂଲ ବେଙ୍ଗଲ ଡେରୀ ପ୍ରକଳ୍ପ ଅଧୀନରେ ବିଶ୍ୱର ସର୍ବବୃହତ ଦହି ଉତ୍ପାଦନ କାରଖାନାର ଭୂମି ପୂଜନ କରିଛନ୍ତି।

ଏହି ଅବସରରେ ରାଜ୍ୟର ବିଭିନ୍ନ ମନ୍ତ୍ରୀ, ଅଧିକାରୀ ଓ ସମବାୟ କ୍ଷେତ୍ରର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସଭାକୁ ସମ୍ବୋଧିତ କରି ଅମିତ ଶାହା କହିଥିଲେ ଯେ, ଏହି ପ୍ରକଳ୍ପ ପଶ୍ଚିମବଙ୍ଗର ଚାଷୀ ଓ ଗୋପାଳକମାନଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ। ପ୍ରଥମ ପର୍ଯ୍ୟାୟରେ କାରଖାନାଟି ପ୍ରତିଦିନ ୧୦ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରିବ, ଯାହା ଦ୍ୱାରା ପ୍ରାୟ ୧.୨ ଲକ୍ଷ କ୍ଷୁଦ୍ର ଦୁଗ୍ଧ ଉତ୍ପାଦକ ଓ ଗୋପାଳକ ଲାଭାନ୍ୱିତ ହେବେ।

ହାୱଡ଼ା ଫୁଡ୍ ପାର୍କରେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଅମୂଲ ବେଙ୍ଗଲ ଡେରୀ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ପ୍ରତିଦିନ ୩୦ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରିପାରିବ। କାରଖାନାର ଦୈନିକ ଉତ୍ପାଦନ କ୍ଷମତା ୧,୦୦୦ ମେଟ୍ରିକ ଟନ୍ ଥିବାବେଳେ ଏଠାରେ ପ୍ରତିଦିନ ୧୦ ଲକ୍ଷ କିଲୋଗ୍ରାମ ଦହି ଓ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନ ହେବ।

ଏହି ବିଶାଳ ପ୍ରକଳ୍ପ ପଶ୍ଚିମବଙ୍ଗରେ ଦୁଗ୍ଧ ସମବାୟକୁ ସୁଦୃଢ଼ କରିବା ସହ ଗ୍ରାମୀଣ ଅର୍ଥନୀତିରେ ନୂତନ ରୋଜଗାର ଓ ଆୟର ସୁଯୋଗ ସୃଷ୍ଟି କରିବ। ଏହା ରାଜ୍ୟରେ ଶ୍ୱେତ ବିପ୍ଳବର ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିବ ବୋଲି ଅମିତ ଶାହା କହିଛନ୍ତି।

Leave A Reply

Your email address will not be published.