ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

୪ ଜିଲ୍ଲାରେ କୋଇଲା ଓ ପାଉଁଶ ବୋଝେଇ ଗାଡ଼ି ଚଳାଚଳ ଉପରେ କଟକଣା

0

ଭୁବନେଶ୍ବର: ଦୁର୍ଘଟଣା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାରେ କୋଇଲା ଓ ପାଉଁଶ ପରିବହନ କରୁଥିବା ଗାଡ଼ି ଚଳାଚଳ ଉପରେ ନୂତନ କଟକଣା ଜାରି କରିଛନ୍ତି। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ଚାରିଟି ଜିଲ୍ଲାରେ କୋଇଲା ଓ ପାଉଁଶ ବୋଝେଇ ଗାଡ଼ିଗୁଡ଼ିକ କେବଳ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଚଳାଚଳ କରିପାରିବେ। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯାତାୟାତକୁ ପ୍ରାଥମିକତା ଦିଆଯିବ। ଏହି ସମୟ ମଧ୍ୟରେ ଦୁଇଚକିଆ, ଚାରିଚକିଆ ଯାନ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଯାତାୟାତ କରିପାରିବେ। ତେବେ ନିର୍ଦ୍ଧାରିତ ସମୟ ବାହାରେ କୌଣସି କୋଇଲା କିମ୍ବା ପାଉଁଶ ବୋଝେଇ ଗାଡ଼ି ଚଳାଚଳ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ ନିୟମ ଉଲ୍ଲଂଘନ ସମ୍ପର୍କରେ ସୂଚନା ମିଳିଲେ ସମ୍ପୃକ୍ତ ଗାଡ଼ି ମାଲିକ ଏବଂ କମ୍ପାନୀ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଏହି ନିଷ୍ପତ୍ତି ଦ୍ୱାରା ସଡ଼କ ଦୁର୍ଘଟଣା ହ୍ରାସ ପାଇବା ସହ ପ୍ରଦୂଷଣ ନିୟନ୍ତ୍ରଣରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.