ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ଆତ୍ମହତ୍ୟା

0

ତ୍ରିପୁରା: ତ୍ରିପୁରା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ତଥା ୧୯୯୪ ବ୍ୟାଚର ଆଇପିଏସ ଅଧିକାରୀ ଅନୁରାଗ ଧନଖର ସୋମବାର ଅଗରତାଲାସ୍ଥିତ ପୁଲିସ ମୁଖ୍ୟାଳୟରେ ନିଜ କାର୍ଯ୍ୟାଳୟ ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣା ପରେ ତାଙ୍କୁ ତୁରନ୍ତ ଜିବି ପନ୍ତ ହସ୍ପିଟାଲକୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା, ମୁଖ୍ୟ ସଚିବ ଜେ.କେ. ସିହ୍ନାଙ୍କ ସମେତ ବହୁ ବରିଷ୍ଠ ସରକାରୀ ଓ ପୁଲିସ ଅଧିକାରୀ ହସ୍ପିଟାଲରେ ପହଞ୍ଚିଥିଲେ। ଘଟଣାକୁ ନେଇ ପୁଲିସ ଏବଂ ପ୍ରଶାସନିକ ମହଲରେ ଶୋକର ଛାୟା ଖେଳିଯାଇଛି।

ଅନୁରାଗ ଧନଖର ତ୍ରିପୁରା ପୁଲିସର ମୁଖ୍ୟ ଦାୟିତ୍ୱ ନେବା ପୂର୍ବରୁ ଡିଜିପି (ଇଣ୍ଟେଲିଜେନ୍ସ) ଭାବେ କାର୍ଯ୍ୟ କରିଥିଲେ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ତାଙ୍କ ପେସାଦାର ଜୀବନରେ ସେ ରାଜ୍ୟ ପୁଲିସର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ତୁଲାଇଥିଲେ। ରାଜ୍ୟ ସେବା ବ୍ୟତୀତ ସେ କେନ୍ଦ୍ରୀୟ ଡେପୁଟେସନରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଏବଂ ସୀମା ସୁରକ୍ଷା ବଳ (ବିଏସଏଫ)ରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାଛଡ଼ା କୋସୋଭୋରେ ମିଳିତ ଜାତିସଂଘ ମିଶନରେ ଯୋଗଦେଇ ଆନ୍ତର୍ଜାତୀୟ ପୋଲିସିଂ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଅଭିଜ୍ଞତା ହାସଲ କରିଥିଲେ।
ଅନୁରାଗ ଧନଖରଙ୍କ ଅକାଳ ବିୟୋଗ ଭାରତୀୟ ପୁଲିସ ସେବା ପାଇଁ ଏକ ବଡ଼ କ୍ଷତି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି। ଘଟଣାର କାରଣ ଏବଂ ପରିସ୍ଥିତି ନେଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.