ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ସେପ୍ଟେମ୍ବର ୧ରୁ ପଶ୍ଚିମବଙ୍ଗରେ ସରକାରୀ କାର୍ଯ୍ୟରେ ବଙ୍ଗଳା ଭାଷା ବାଧ୍ୟତାମୂଳକ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ସରକାର ସରକାରୀ କାର୍ଯ୍ୟକଳାପରେ ବଙ୍ଗଳା ଭାଷାର ବ୍ୟବହାରକୁ ବାଧ୍ୟତାମୂଳକ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ସହ ଯୋଗାଯୋଗ ପାଇଁ ହିନ୍ଦୀ ଭାଷା ବ୍ୟବହାର କରାଯିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ନୂଆ ବ୍ୟବସ୍ଥା ଅନୁଯାୟୀ, ନାଗରିକ ସେବା, ଆବେଦନପତ୍ର, ପ୍ରମାଣପତ୍ର, ସରକାରୀ ପୋର୍ଟାଲ, ୱେବସାଇଟ୍, ମୋବାଇଲ୍ ଆପ୍, ତାଲିମ ସାମଗ୍ରୀ, ସାର୍ବଜନୀନ ସାଇନ୍‌ବୋର୍ଡ, ପ୍ରେସ୍ ବିଜ୍ଞପ୍ତି ଏବଂ ଅନ୍ୟାନ୍ୟ ସରକାରୀ ଯୋଗାଯୋଗ ମାଧ୍ୟମରେ ବଙ୍ଗଳା ଭାଷାର ବ୍ୟବହାର ଅନିବାର୍ଯ୍ୟ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୧୧ ମସିହାରେ ଗଠିତ ଜଷ୍ଟିସ୍ ସୁଶାନ୍ତ ଚାଟାର୍ଜୀ କମିଶନଙ୍କ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ଭୂମି ଓ ଭୂମି ସୁଧାର ବିଭାଗରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ପ୍ରଶାସନିକ କାର୍ଯ୍ୟ ବଙ୍ଗଳାରେ ସମ୍ପାଦିତ ହେବ। ଏହାଛଡ଼ା ନାଗରିକ ସେବା, ଆଫିଡେଭିଟ୍, ନାଗରିକ ଚାର୍ଟର, ଏଫ୍‌ଆଇଆର୍‌, ବିଜ୍ଞପ୍ତି ଓ ଅନ୍ୟାନ୍ୟ ସରକାରୀ ଦସ୍ତାବିଜରେ ମଧ୍ୟ ବଙ୍ଗଳାକୁ ପ୍ରାଥମିକତା ଦିଆଯିବ। ମନ୍ତ୍ରୀ ଓ ବିଧାୟକମାନଙ୍କୁ ଏହି ନୀତିର କାର୍ଯ୍ୟକାରିତା ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭାରତୀୟ ଭାଷାଗୁଡ଼ିକର ସଂରକ୍ଷଣ ଓ ପ୍ରଶାସନିକ ବ୍ୟବହାର ବୃଦ୍ଧି ସମ୍ପର୍କରେ ପରାମର୍ଶ ଦେଇଥିଲେ। ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଭାରତୀୟ ଭାଷାର ପ୍ରସାର ଏବଂ ପ୍ରଶାସନରେ ସେଗୁଡ଼ିକର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.