ପ୍ରମୁଖ ଖବର

ଖରିଫ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ
ଆସାମରେ ବନ୍ୟା ନେଲା ଆଉ ୨ ଜୀବନ, ମୃତ୍ୟୁସଂଖ୍ୟା ୧୦୦
ଆଇଗିଣୀଆ ଫ୍ଲାଏଓଭରରେ ବସ୍ ଧକ୍କା, ବାଇକ୍ ଆରୋହୀ ମୃତ
ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା
ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି, ‘ଅନ୍ନପୂର୍ଣ୍ଣା ଶସ୍ୟ ଏଟିଏମ୍‌’ରୁ ମିଳିବ ରାସନ
ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍‌’
ଡିଜି ପାହ୍ୟାକୁ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି
ହୀରାକୁଦରେ ପୁଣି ୪ ଗେଟ୍‌ ଖୋଲିଲା, ୧୨ ଗେଟ୍‌ରେ ଚାଲିଛି ବନ୍ୟାଜଳ ନିଷ୍କାସନ
ମାଲକାନଗିରି ଜଙ୍ଗଲରୁ କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

ବର୍ଷା ସହ ବଢ଼ୁଛି ଡେଙ୍ଗୁ ଚିନ୍ତା: ରାଜ୍ୟରେ ୨୬୦ ଆକ୍ରାନ୍ତ

0

ଭୁବନେଶ୍ବର: ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଡେଙ୍ଗୁ ସଂକ୍ରମଣ ନେଇ ଚିନ୍ତା ବଢ଼ିଛି। ଚଳିତବର୍ଷ ଏପର୍ଯ୍ୟନ୍ତ ୨୬୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଗତବର୍ଷ ତୁଳନାରେ ସଂଖ୍ୟା କମ୍ ରହିଛି। ତଥାପି ଆଗାମୀ ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି।
‘ସୁସ୍ଥ ଓଡ଼ିଶା, ସୁରକ୍ଷିତ ଓଡ଼ିଶା’ ଲକ୍ଷ୍ୟ ନେଇ ରାଜ୍ୟ ସରକାର ବ୍ୟାପକ ସଚେତନତା ଅଭିଯାନ ଚଳାଇଛନ୍ତି। ସମସ୍ତ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଥିବାବେଳେ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ, ମାଗଣା ପରୀକ୍ଷା ଓ ଚିକିତ୍ସା ବ୍ୟବସ୍ଥା ରହିଛି। ଚିକିତ୍ସା ସହ ରୋଗ ପ୍ରତିରୋଧକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି।

ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ୨୦୨୬ ଜାନୁଆରୀ ୧ରୁ ଏପର୍ଯ୍ୟନ୍ତ ୫୨,୩୬୨ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୨୬୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୨୦୨୫ର ଏହି ସମୟରେ ୪୩,୬୪୦ଟି ନମୁନା ପରୀକ୍ଷାରୁ ୪୬୦ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ବ୍ୟାପକ ସଚେତନତା ଅଭିଯାନ ଯୋଗୁଁ ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ବିଭାଗ କହିଛି।

ଡେଙ୍ଗୁର ପ୍ରମୁଖ ଲକ୍ଷଣ ମଧ୍ୟରେ ଉଚ୍ଚ ଜ୍ୱର, ମୁଣ୍ଡବିନ୍ଧା, ଆଣ୍ଠୁଗଣ୍ଠି ଦରଜ, ବାନ୍ତି, ଭୋକ ନ ଲାଗିବା ଏବଂ ପ୍ଲେଟଲେଟ୍ କମିଯିବା ଆଦି ରହିଛି। ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ପରୀକ୍ଷା କରାଇବାକୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି। ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ବ୍ୟାପିଥାଏ। ଏହି ମଶା ସ୍ୱଚ୍ଛ ଜମା ପାଣିରେ ବଂଶବିସ୍ତାର କରୁଥିବାରୁ ଘର ଓ ଆଖପାଖରେ ପାଣି ଜମିବାକୁ ନଦେବା, କୁଲର, କୁଡୁଆ, ଟାୟାର ଓ ଅଦରକାରୀ ପାତ୍ର ସଫା ରଖିବା ପାଇଁ ପରାମର୍ଶ ଦିଆଯାଇଛି। ସଚେତନତା ଓ ସତର୍କତା ହିଁ ଡେଙ୍ଗୁ ପ୍ରତିରୋଧର ସର୍ବୋତ୍ତମ ଉପାୟ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Leave A Reply

Your email address will not be published.