ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ

0

ନ୍ୟୁଜ୍ ବ୍ୟୁରୋ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦେଶର ବିଭିନ୍ନ ରାଜ୍ୟରେ ଲଗାତାର ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ସହ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର, ଆସାମ, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ସବୁ ରାଜ୍ୟରେ ମୋଟ ୧୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ସଂଖ୍ୟକ ଲୋକ ଆହତ ଓ ବାସଚ୍ୟୁତ ହୋଇଛନ୍ତି।

ପ୍ରବଳ ବର୍ଷା ଯୋଗୁଁ ଅନେକ ରାସ୍ତା, ସେତୁ ଓ ଯୋଗାଯୋଗ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିବାବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଉଦ୍ଧାରକାରୀ ଦଳ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଘର ଭୁଶୁଡ଼ି ପଡ଼ିବା ଓ ବନ୍ୟା ଜଳ ପ୍ରବେଶ କରିବାରୁ ହଜାର ହଜାର ପରିବାର ଘରଛଡ଼ା ହୋଇଛନ୍ତି। ସର୍ବାଧିକ କ୍ଷତିଗ୍ରସ୍ତ ହିମାଚଳ ପ୍ରଦେଶରେ ଚଳିତ ମାସରେ ବର୍ଷା, ବାଦଲ ଫାଟି ବର୍ଷା, ଭୂସ୍ଖଳନ ଓ ସଡ଼କ ଦୁର୍ଘଟଣାରେ ୬୬ ଜଣଙ୍କ ପ୍ରାଣହାନି ଘଟିଛି। କାଙ୍ଗ୍ରା ଜିଲ୍ଲାରେ ରାତିସାରା ବର୍ଷା ପରେ ୧୨ଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ତିନି ଜଣ ଆହତ ହୋଇଛନ୍ତି।

ଆସାମରେ ୩୧ ଜଣ, ଜାମ୍ମୁ-କାଶ୍ମୀରରେ ଗତ ୪୮ ଘଣ୍ଟାରେ ୨୩ ଜଣ ଏବଂ ନାଗାଲାଣ୍ଡରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଜାମ୍ମୁ-କାଶ୍ମୀରର ପୁଞ୍ଚ ଓ ରାଜୌରୀ ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବାବେଳେ ୭ ଜଣ ଏବେ ବି ନିଖୋଜ ଅଛନ୍ତି। ପରିସ୍ଥିତିକୁ ଦେଖି ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏପଟେ ଜାମ୍ମୁ-କାଶ୍ମୀରର ଝେଲମ ଓ ଚେନାବ ନଦୀ ସମେତ ବିଭିନ୍ନ ଉପନଦୀର ଜଳସ୍ତର ଦ୍ରୁତ ଗତିରେ ବଢ଼ୁଛି। ପ୍ରବଳ ବର୍ଷା ପରେ ସଲାଲ ଡ୍ୟାମର ସମସ୍ତ ଗେଟ୍ ଖୋଲି ଦିଆଯାଇଛି, ଯାହାକୁ ନେଇ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।

Leave A Reply

Your email address will not be published.