ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

0

ନୂଆଦିଲ୍ଲୀ: ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଆଶ୍ୱସ୍ତିର ଖବର। ଅଗଷ୍ଟ ୧ରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦରରେ ବଡ଼ ହ୍ରାସ କରାଯାଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ପ୍ରାୟ ୧୯୨ ଟଙ୍କା ପର୍ଯ୍ୟନ୍ତ କମି କରିଛନ୍ତି। ଏହା ଲଗାତାର ଦ୍ୱିତୀୟ ମାସ ପାଇଁ ଦର ହ୍ରାସ ହୋଇଛି।

ନୂଆ ଦର ଅନୁସାରେ, ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨,୯୩୦ ଟଙ୍କାରୁ କମି ୨,୭୨୮ ଟଙ୍କା ହୋଇଛି। କଲକାତାରେ ଏହାର ଦର ୨୦୯ ଟଙ୍କା କମି ୨,୮୭୨.୫୦ ଟଙ୍କାରେ ପହଞ୍ଚିଛି। ଏହାର ସିଧାସଳଖ ଲାଭ ହୋଟେଲ, ରେଷ୍ଟୁରାଣ୍ଟ, ଚା’ ଦୋକାନ ଓ ଅନ୍ୟ ବ୍ୟବସାୟୀମାନଙ୍କୁ ମିଳିବ।
ଅନ୍ୟପକ୍ଷରେ, ବିମାନ ଟର୍ବାଇନ୍ ଇନ୍ଧନ (ଏଟିଏଫ୍) ଦର ପ୍ରତି ଲିଟର ୫ ଟଙ୍କା ବଢ଼ାଯାଇଛି। ଫଳରେ ଏହାର ମୂଲ୍ୟ ୧୧୦ ଟଙ୍କାରୁ ବଢ଼ି ୧୧୫ ଟଙ୍କା ପ୍ରତି ଲିଟର ହୋଇଛି। ଆନ୍ତର୍ଜାତୀୟ ଅଶୋଧିତ ତୈଳ ଦରର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ସଂଶୋଧନ କରାଯାଇଛି।

ତେବେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ଘରୋଇ ସିଲିଣ୍ଡର ୯୪୨ ଟଙ୍କା, କଲକାତାରେ ୯୬୮ ଟଙ୍କା, ମୁମ୍ବାଇରେ ୯୪୧.୫୦ ଟଙ୍କା ଏବଂ ଚେନ୍ନାଇରେ ୯୫୭.୫୦ ଟଙ୍କାରେ ପୂର୍ବଭଳି ଉପଲବ୍ଧ ରହିବ।

Leave A Reply

Your email address will not be published.