ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ

0

ବ୍ୟାଙ୍କକ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ ନିକଟସ୍ଥ ଏକ ସ୍କୁଲରେ ଘଟିଥିବା ଭୟାବହ ଗୁଳିକାଣ୍ଡ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଜଣେ ଛାତ୍ର ସ୍କୁଲ ପରିସରରେ ଅତର୍କିତ ଭାବେ ଗୁଳି ଚଳାଇବାରୁ ଜଣେ ଶିକ୍ଷକଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୦ ଜଣ ଛାତ୍ର ଆହତ ହୋଇଛନ୍ତି। ଘଟଣା ପରେ ସନ୍ଦିଗ୍ଧ ଛାତ୍ର ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ପ୍ଲାଇ ବାଙ୍ଗ ପୁଲିସ ମୁଖ୍ୟ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାସାକୋର୍ଣ୍ଣ ଚୈତାଭିଭୋଙ୍ଗ କହିଛନ୍ତି ଯେ, ନନ୍ଥାବୁରି ପ୍ରଦେଶର ବାଙ୍ଗ କ୍ରୁଆଇ ଜିଲ୍ଲାର ଦେବସିରିନ୍ ନନ୍ଥାବୁରି ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି। ଆକ୍ରମଣକାରୀ ସେହି ସ୍କୁଲର ଜଣେ ଛାତ୍ର ଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ନିଜ ଉପରେ ଗୁଳି ଚଳାଇ ଜୀବନ ଶେଷ କରିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଗୁଳିକାଣ୍ଡ ପରେ ସ୍କୁଲ ପରିସରରେ ଅଫରାତଫରି ସୃଷ୍ଟି ହୋଇଥିଲା। ଛାତ୍ରଛାତ୍ରୀମାନେ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇଥିବାବେଳେ ଉଦ୍ଧାରକାରୀ ଦଳ ଓ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ। ସୋସିଆଲ ମିଡିଆରେ ପ୍ରସାରିତ ଫଟୋରେ ଉଦ୍ଧାରକାରୀମାନେ ଆହତଙ୍କୁ ଷ୍ଟ୍ରେଚରରେ ବୋହି ନେଉଥିବା ଦେଖାଯାଇଛି।

ଥାଇଲ୍ୟାଣ୍ଡର ଶିକ୍ଷାମନ୍ତ୍ରୀ ପ୍ରାସେର୍ଟ ଜାନ୍ତାରାରୁଆଙ୍ଗଟୋଙ୍ଗ କହିଛନ୍ତି ଯେ, ପ୍ରାୟ ୨୦ ଜଣ ଆହତ ଛାତ୍ରଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଥିବାବେଳେ ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍କୁଲ ପରିସରରୁ ବାହାର କରାଯାଇଛି। ଦେବସିରିନ୍ ନନ୍ଥାବୁରି ସ୍କୁଲ ଏହି ଅଞ୍ଚଳର ଏକ ପ୍ରସିଦ୍ଧ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଯେଉଁଠାରେ ପ୍ରାୟ ୩ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ଘଟଣାର କାରଣ ଜଣାପଡ଼ିନଥିବାବେଳେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା ପରେ ଥାଇଲ୍ୟାଣ୍ଡରେ ସ୍କୁଲ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.