ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ

0

ନ୍ୟୁଜ୍ ବ୍ୟୁରୋ: ରୁଷର ତୈଳ ଓ ଗ୍ୟାସ ବିକ୍ରୟ ଉପରେ କଟକଣା ଲଗାଇବାକୁ ଆମେରିକା ସିନେଟ୍‌ରେ ଏକ ବିଲ୍‌କୁ ମଞ୍ଜୁରି ମିଳିଛି। ବିଲ୍‌ଟି ୮୬-୧୧ ଭୋଟରେ ପାସ୍ ହୋଇଛି। ଏହା ଆଇନରେ ପରିଣତ ହେଲେ ରୁଷଠାରୁ ତୈଳ ଓ ଗ୍ୟାସ କିଣୁଥିବା ଭାରତ, ଚୀନ୍, ଜାପାନ ସମେତ କିଛି ଦେଶ ଉପରେ ବଡ଼ ପ୍ରଭାବ ପଡ଼ିପାରେ।

ଏହି ବିଲ୍‌ ଅନୁଯାୟୀ, ରୁଷ ସହ ବାଣିଜ୍ୟ କରୁଥିବା ଦେଶଗୁଡ଼ିକରୁ ଆମେରିକା ଆମଦାନୀ କରୁଥିବା ସାମଗ୍ରୀ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲଗାଇବାର କ୍ଷମତା ରାଷ୍ଟ୍ରପତିଙ୍କୁ ମିଳିପାରେ। ୟୁକ୍ରେନ ଯୁଦ୍ଧ ଜାରି ରଖିଥିବା ରୁଷ ଉପରେ ଆର୍ଥିକ ଚାପ ବଢ଼ାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ବିଲ୍‌ଟି ଏବେ ପ୍ରତିନିଧି ସଭାକୁ ଯିବ। ସେଠାରେ ମଞ୍ଜୁରି ପରେ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ହେଲେ ଏହା ଆଇନରେ ପରିଣତ ହେବ। ୟୁକ୍ରେନ ଯୁଦ୍ଧ ପରଠାରୁ ଭାରତ ରୁଷଠାରୁ ବିପୁଳ ପରିମାଣର ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ନୂଆ କଟକଣା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ।

Leave A Reply

Your email address will not be published.