ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ

0

ନ୍ୟୁଜ୍ ବ୍ୟୁରୋ: ରୁଷର ତୈଳ ଓ ଗ୍ୟାସ ବିକ୍ରୟ ଉପରେ କଟକଣା ଲଗାଇବାକୁ ଆମେରିକା ସିନେଟ୍‌ରେ ଏକ ବିଲ୍‌କୁ ମଞ୍ଜୁରି ମିଳିଛି। ବିଲ୍‌ଟି ୮୬-୧୧ ଭୋଟରେ ପାସ୍ ହୋଇଛି। ଏହା ଆଇନରେ ପରିଣତ ହେଲେ ରୁଷଠାରୁ ତୈଳ ଓ ଗ୍ୟାସ କିଣୁଥିବା ଭାରତ, ଚୀନ୍, ଜାପାନ ସମେତ କିଛି ଦେଶ ଉପରେ ବଡ଼ ପ୍ରଭାବ ପଡ଼ିପାରେ।

ଏହି ବିଲ୍‌ ଅନୁଯାୟୀ, ରୁଷ ସହ ବାଣିଜ୍ୟ କରୁଥିବା ଦେଶଗୁଡ଼ିକରୁ ଆମେରିକା ଆମଦାନୀ କରୁଥିବା ସାମଗ୍ରୀ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲଗାଇବାର କ୍ଷମତା ରାଷ୍ଟ୍ରପତିଙ୍କୁ ମିଳିପାରେ। ୟୁକ୍ରେନ ଯୁଦ୍ଧ ଜାରି ରଖିଥିବା ରୁଷ ଉପରେ ଆର୍ଥିକ ଚାପ ବଢ଼ାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ବିଲ୍‌ଟି ଏବେ ପ୍ରତିନିଧି ସଭାକୁ ଯିବ। ସେଠାରେ ମଞ୍ଜୁରି ପରେ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ହେଲେ ଏହା ଆଇନରେ ପରିଣତ ହେବ। ୟୁକ୍ରେନ ଯୁଦ୍ଧ ପରଠାରୁ ଭାରତ ରୁଷଠାରୁ ବିପୁଳ ପରିମାଣର ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ନୂଆ କଟକଣା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ।

Leave A Reply

Your email address will not be published.