ପ୍ରମୁଖ ଖବର

ଏସିବିରେ ୧.୪୦ କୋଟି ଟଙ୍କା ହେରଫେର, ଡାଟା ଏଣ୍ଟ୍ରି ଅପରେଟର ଗିରଫ
କଲେଜ ପାଇଁ ନୂଆ ନିର୍ଦ୍ଦେଶ, କ୍ୟାଣ୍ଟିନ୍‌ରେ କମିବ ତେଲ ବ୍ୟବହାର, ପୁରି-ବରା-ଆଳୁଚପ
ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ୧.୦୩ କୋଟି ମହିଳାଙ୍କ ଖାତାକୁ ଗଲା ୫ ହଜାର ଟଙ୍କା
‘ଫେଲ୍’ ଶବ୍ଦ ହଟିବ, ମାଟ୍ରିକ୍‌ ମାର୍କସିଟ୍‌ରେ ଆସିବ ‘ଦକ୍ଷତା ପାଇଁ ଯୋଗ୍ୟ’
ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ରେ ଅଳିଆ ପକାଇଲେ ଗଣିବେ ୧୦୦୦ ଟଙ୍କା
ନେପାଳ ପରେ ଭାରତକୁ ହିମାଳୟୀ ବନ୍ୟା ବିପଦ: ୨୨୧ ବରଫ ହ୍ରଦ ଚିହ୍ନଟ

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ

0

ଭୁବନେଶ୍ବର: ରାଜ୍ୟରେ ଜଣେ ମାତ୍ର ଶିକ୍ଷକରେ ଚାଲୁଥିବା ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର ପାଇଁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏକକ ଶିକ୍ଷକ ଥିବା ସ୍କୁଲଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ଅତିରିକ୍ତ ଶିକ୍ଷକ ନିଯୁକ୍ତି କିମ୍ବା ପଦସ୍ଥାପନ କରିବାକୁ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି।

ୟୁଡିଆଇଏସ୍‌ଇ ପ୍ଲସ୍‌ ତଥ୍ୟ ଅନୁଯାୟୀ, ରାଜ୍ୟର କେତେକ ବିଦ୍ୟାଳୟ ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଛି। ଶିକ୍ଷାଦାନ ସହ ପ୍ରଶାସନିକ କାର୍ଯ୍ୟ ମଧ୍ୟ ଜଣେ ଶିକ୍ଷକଙ୍କୁ ସମ୍ଭାଳିବାକୁ ପଡ଼ୁଥିବାରୁ ପାଠପଢ଼ା ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଏକକ ଶିକ୍ଷକ ସ୍କୁଲଗୁଡ଼ିକରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ଉପରେ ବିଭାଗ ଗୁରୁତ୍ୱ ଦେଇଛି।

ପ୍ରତ୍ୟେକ ଜିଲ୍ଲାରେ ଏକକ ଶିକ୍ଷକ ଥିବା ବିଦ୍ୟାଳୟ ଚିହ୍ନଟ କରି ଛାତ୍ରଛାତ୍ରୀଙ୍କ ସଂଖ୍ୟା, ଉପଲବ୍ଧ ଶିକ୍ଷକ ଓ ଆବଶ୍ୟକ ପଦବୀର ତଥ୍ୟ ଯାଞ୍ଚ କରାଯିବ। ଏହାପରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନିଯୁକ୍ତି କିମ୍ବା ପଦସ୍ଥାପନ କରାଯିବ। ୧୫ ଦିନ ମଧ୍ୟରେ ଏନେଇ ଆବଶ୍ୟକ ପଦକ୍ଷେପ ନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସରକାରଙ୍କ ଏହି ପଦକ୍ଷେପ ଫଳରେ ଏକକ ଶିକ୍ଷକ ସ୍କୁଲଗୁଡ଼ିକରେ ଶିକ୍ଷକ ଅଭାବ ଦୂର ହେବା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.