ନୂଆଦିଲ୍ଲୀ: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାତ୍ମା ଗାନ୍ଧୀଙ୍କ ପଙ୍କ୍ତି ଉଦ୍ଧୃତ କରି ସ୍ବଦେଶୀ ହସ୍ତତନ୍ତର ଗୁରୁତ୍ୱ ଉପରେ ଜୋର ଦେଇଛନ୍ତି। ଦେଶରେ ଉତ୍ପାଦିତ କପାରୁ ଉତ୍କୃଷ୍ଟମାନର ସୂତା ଓ କପଡ଼ା ପ୍ରସ୍ତୁତ ହେଉଥିବାରୁ ଭଲ ବସ୍ତ୍ର ପାଇଁ ବିଦେଶ ଉପରେ ନିର୍ଭର କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।
ରାଷ୍ଟ୍ରପତି କହିଛନ୍ତି, ଭାରତୀୟ ସଭ୍ୟତା ସହ ହସ୍ତତନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା ନାରୀ ସଶକ୍ତୀକରଣ, ନିଯୁକ୍ତି, କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେଉଛି। ଯୁବ ଉଦ୍ୟୋଗୀ, ଡିଜାଇନର୍ ଓ ନୂଆ ଉଦ୍ୟମ ପାରମ୍ପରିକ ହସ୍ତଶିଳ୍ପକୁ ଆଧୁନିକ ବଜାର ସହ ଯୋଡ଼ି ବିଶ୍ୱସ୍ତରରେ ପହଞ୍ଚାଇପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏହି ଅବସରରେ ଓଡ଼ିଶାର ଦୁଇ ବୁଣାକାର ଜାତୀୟ ସମ୍ମାନ ପାଇଛନ୍ତି। ବରଗଡ଼ର ବୁଣାକାର ରାମ ମେହେରଙ୍କୁ ‘ସନ୍ଥ କବୀର ହସ୍ତତନ୍ତ ପୁରସ୍କାର-୨୦୨୫’ ଏବଂ ଜଗତସିଂହପୁରର ପ୍ରଫୁଲ୍ଲ କୁମାର ସାହୁଙ୍କୁ ‘ଜାତୀୟ ହସ୍ତତନ୍ତ ପୁରସ୍କାର-୨୦୨୫’ରେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ଦୁଇ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ