ପ୍ରମୁଖ ଖବର

ତୃତୀୟ ଥର ପାଇଁ ଟାଟା ଚେୟାରମ୍ୟାନ ହେଲେ ଏନ.ଚନ୍ଦ୍ରଶେଖରନ୍‌
ଭାରତୀୟ ବାୟୁସେନାକୁ ତେଜସ୍‌ ଓ ଏଚ୍‌ଟିଟି-୪୦ ହସ୍ତାନ୍ତର କରିବ ଏଚ୍‌ଏଏଲ୍‌
ଦକ୍ଷତା ବିକାଶରେ ଓଡ଼ିଶା ମଡେଲକୁ ନୀତି ଆୟୋଗର ସ୍ୱୀକୃତି
ଭୁବନେଶ୍ୱର ଡିସିପି ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଗ୍ଲୋବାଲ ସେମିକଣ୍ଡକ୍ଟର ହବ୍‌ ଦିଗରେ ଭାରତ, ‘ସେମିକନ୍ ଇଣ୍ଡିଆ ୨୦୨୬’ ଉଦ୍‌ଘାଟନ କଲେ ମୋଦି

ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ

0

ଭୁବନେଶ୍ବର: ସ୍ୱାଧୀନତା ଦିବସ ପାଳନ ଅବସରରେ ଅଗଷ୍ଟ ୯ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜଧାନୀଠାରୁ ବ୍ଲକ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଏହି ଅଭିଯାନ ଆୟୋଜନ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ଅଭିଯାନ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ଜିଲ୍ଲାଗୁଡ଼ିକରେ ବଣ୍ଟନ କରାଯିବ।

ଅଗଷ୍ଟ ୯ରେ ରାଜ୍ୟସ୍ତରୀୟ ତ୍ରିରଙ୍ଗା ରାଲି ହେବ। ହାତୀଆସୁଣୀ ଗ୍ରାଉଣ୍ଡରୁ ଲୁମ୍ବିନୀ ବିହାର ରୋଡ୍‌ ପର୍ଯ୍ୟନ୍ତ ହେବାକୁ ଥିବା ଏହି ରାଲିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସରକାରୀ ଅଧିକାରୀ, ଯୁବବର୍ଗ, ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍‌, ଏନ୍‌ସିସି, ଏନ୍‌ଏସ୍‌ଏସ୍‌ ଓ ସ୍ୱେଚ୍ଛାସେବୀମାନେ ସାମିଲ ହେବେ। ଜିଲ୍ଲାସ୍ତରରେ ମଧ୍ୟ ତ୍ରିରଙ୍ଗା ରାଲି ଆୟୋଜିତ ହେବ।

ଅଗଷ୍ଟ ୧୪ରେ ଜୟଦେବ ଭବନରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ହେବ। ଅଗଷ୍ଟ ୧୫ରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସହ ରବୀନ୍ଦ୍ର ମଣ୍ଡପରେ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ‘ଭାରତୀୟମ୍’ ଆୟୋଜିତ ହେବ। ଏଥିସହ ‘ବନ୍ଦେ ମାତରମ୍‌’ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ, ବାଲୁକା କଳା, ରଙ୍ଗୋଲି ଓ ‘ତ୍ରିରଙ୍ଗା ସହ ସେଲ୍‌ଫି’ ବୁଥ୍‌ ରହିବ। ଅଗଷ୍ଟ ୯ରୁ ୧୭ ମଧ୍ୟରେ ତ୍ରିରଙ୍ଗା ସହ ସେଲ୍‌ଫି ନେଇ ନିର୍ଦ୍ଦିଷ୍ଟ ୱେବସାଇଟ୍‌ରେ ଫଟୋ ଅପଲୋଡ୍‌ କରି ଡିଜିଟାଲ ପ୍ରମାଣପତ୍ର ଡାଉନଲୋଡ୍‌ କରିହେବ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଭିଯାନ ଓ ଅନଲାଇନ୍‌ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ସାମିଲ କରାଯିବ।

Leave A Reply

Your email address will not be published.