ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ

0


ସେପ୍ଟେମ୍ବର ୧ରୁ ତାମିଲନାଡୁର ସମସ୍ତ ପ୍ରମୁଖ ମନ୍ଦିରରେ ମୋବାଇଲ ଫୋନ୍‌ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହେବ। ମନ୍ଦିରର ପବିତ୍ରତା ବଜାୟ ରଖିବା ସହ ଅନଧିକୃତ ଫଟୋ ଓ ଭିଡିଓ ଉତ୍ତୋଳନ ରୋକିବା ପାଇଁ ହିନ୍ଦୁ ଧାର୍ମିକ ଓ ଧର୍ମାର୍ଥ ଦାୟିତ୍ୱ ବିଭାଗ ଏହି ନୂଆ ନିୟମ ଲାଗୁ କରିଛି।
ମନ୍ଦିରକୁ ପ୍ରବେଶ ପୂର୍ବରୁ ଭକ୍ତମାନେ ନିର୍ଦ୍ଦିଷ୍ଟ କାଉଣ୍ଟରରେ ମୋବାଇଲ ଜମା କରିବେ ଏବଂ ଦର୍ଶନ ପରେ ଫେରାଇ ନେବେ। ପ୍ରତି ମୋବାଇଲ ପିଛା ୫ ଟଙ୍କା ଶୁଳ୍କ ନିଆଯିବ ଏବଂ ରସିଦ ଜାରି କରାଯିବ। ମୋବାଇଲ ରଖିବା ସ୍ଥାନର ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା କରାଯିବ।
ମନ୍ଦିର ପରିସରରେ ଦେବଦେବୀଙ୍କ ଫଟୋ ଉଠାଇବା, ଭିଡିଓ କରିବା କିମ୍ବା ରିଲ୍‌ ପ୍ରସ୍ତୁତ କରିବା ଉପରେ ମଧ୍ୟ କଡ଼ା ନଜର ରହିବ। ଅନଧିକୃତ ଫଟୋ କିମ୍ବା ଭିଡିଓ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।
ଏଥିସହ ଅଭିନେତା, ଅଭିନେତ୍ରୀ, ରାଜନେତା ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମନ୍ଦିର ଗସ୍ତ ପାଇଁ ମଧ୍ୟ ନୂଆ ନିୟମ ଲାଗୁ ହୋଇଛି। ଭିଆଇପି ଗସ୍ତରେ ସାଧାରଣ ଭକ୍ତଙ୍କ ଦର୍ଶନ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ମୋବାଇଲ ଜମା ରଖିବା ପାଇଁ ସୁରକ୍ଷିତ ବ୍ୟବସ୍ଥା କରିବାକୁ ମନ୍ଦିର ପ୍ରଶାସନକୁ ୨୦ ଦିନ ସମୟ ଦିଆଯାଇଛି। ମନ୍ଦିର ପ୍ରବେଶପଥ ସମେତ ପ୍ରମୁଖ ସ୍ଥାନରେ ମୋବାଇଲ ନିଷେଧ ସମ୍ପର୍କିତ ସୂଚନା ଲଗାଇବାକୁ ମଧ୍ୟ କୁହାଯାଇଛି।

Leave A Reply

Your email address will not be published.