ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ

0


ସେପ୍ଟେମ୍ବର ୧ରୁ ତାମିଲନାଡୁର ସମସ୍ତ ପ୍ରମୁଖ ମନ୍ଦିରରେ ମୋବାଇଲ ଫୋନ୍‌ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହେବ। ମନ୍ଦିରର ପବିତ୍ରତା ବଜାୟ ରଖିବା ସହ ଅନଧିକୃତ ଫଟୋ ଓ ଭିଡିଓ ଉତ୍ତୋଳନ ରୋକିବା ପାଇଁ ହିନ୍ଦୁ ଧାର୍ମିକ ଓ ଧର୍ମାର୍ଥ ଦାୟିତ୍ୱ ବିଭାଗ ଏହି ନୂଆ ନିୟମ ଲାଗୁ କରିଛି।
ମନ୍ଦିରକୁ ପ୍ରବେଶ ପୂର୍ବରୁ ଭକ୍ତମାନେ ନିର୍ଦ୍ଦିଷ୍ଟ କାଉଣ୍ଟରରେ ମୋବାଇଲ ଜମା କରିବେ ଏବଂ ଦର୍ଶନ ପରେ ଫେରାଇ ନେବେ। ପ୍ରତି ମୋବାଇଲ ପିଛା ୫ ଟଙ୍କା ଶୁଳ୍କ ନିଆଯିବ ଏବଂ ରସିଦ ଜାରି କରାଯିବ। ମୋବାଇଲ ରଖିବା ସ୍ଥାନର ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା କରାଯିବ।
ମନ୍ଦିର ପରିସରରେ ଦେବଦେବୀଙ୍କ ଫଟୋ ଉଠାଇବା, ଭିଡିଓ କରିବା କିମ୍ବା ରିଲ୍‌ ପ୍ରସ୍ତୁତ କରିବା ଉପରେ ମଧ୍ୟ କଡ଼ା ନଜର ରହିବ। ଅନଧିକୃତ ଫଟୋ କିମ୍ବା ଭିଡିଓ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।
ଏଥିସହ ଅଭିନେତା, ଅଭିନେତ୍ରୀ, ରାଜନେତା ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମନ୍ଦିର ଗସ୍ତ ପାଇଁ ମଧ୍ୟ ନୂଆ ନିୟମ ଲାଗୁ ହୋଇଛି। ଭିଆଇପି ଗସ୍ତରେ ସାଧାରଣ ଭକ୍ତଙ୍କ ଦର୍ଶନ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ମୋବାଇଲ ଜମା ରଖିବା ପାଇଁ ସୁରକ୍ଷିତ ବ୍ୟବସ୍ଥା କରିବାକୁ ମନ୍ଦିର ପ୍ରଶାସନକୁ ୨୦ ଦିନ ସମୟ ଦିଆଯାଇଛି। ମନ୍ଦିର ପ୍ରବେଶପଥ ସମେତ ପ୍ରମୁଖ ସ୍ଥାନରେ ମୋବାଇଲ ନିଷେଧ ସମ୍ପର୍କିତ ସୂଚନା ଲଗାଇବାକୁ ମଧ୍ୟ କୁହାଯାଇଛି।

Leave A Reply

Your email address will not be published.