ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା

0

ରାଉଲକେଲା: ଇସ୍ପାତ ନଗରୀ ରାଉରକେଲାରେ ସୋମବାର ସକାଳେ ପ୍ରବଳ ବର୍ଷା ଯୋଗୁ ରାଉରକେଲା ରେଳ ଷ୍ଟେସନର ଏକ ନବନିର୍ମିତ ସେଡ୍ ଭୁଶୁଡ଼ି ପଡ଼ିଛି। ସକାଳ ପ୍ରାୟ ୯ଟା ସମୟରେ ପ୍ଲାଟଫର୍ମ ନମ୍ବର-୧ ନିକଟରେ ମୁଖ୍ୟ ପ୍ରବେଶ ଦ୍ୱାର ପାଖରେ ଥିବା ସେଡ୍‌ଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ସେଡ୍‌ ତଳେ ପାର୍କିଂ ହୋଇଥିବା ଏକ କାର ଓ ଏକ ଅଟୋ ଚାପି ଯାଇ କ୍ଷତିଗ୍ରସ୍ତ ହୋଇଛି। ସେଡ୍‌ ଭୁଶୁଡ଼ିବା ପରେ ଷ୍ଟେସନରେ ଥିବା ଯାତ୍ରୀ ଓ ପ୍ରତ୍ୟକ୍ଷଦର୍ଶୀମାନେ ଭୟଭୀତ ହୋଇ ସୁରକ୍ଷିତ ସ୍ଥାନକୁ ଦୌଡ଼ିଥିଲେ। ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କାହାରି ମୃତାହତ ହୋଇନାହିଁ।

ସୂଚନା ଅନୁଯାୟୀ, ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ଗତ ୬ ମାସ ମଧ୍ୟରେ ଏହି ସେଡ୍‌ ନିର୍ମାଣ କରାଯାଇଥିଲା। ଯାତ୍ରୀ ଓ ଯାନବାହନକୁ ବର୍ଷା ଏବଂ ପ୍ରତିକୂଳ ପାଗରୁ ସୁରକ୍ଷା ଦେବା ଏହାର ଉଦ୍ଦେଶ୍ୟ ଥିଲା। ତେବେ ନିର୍ମାଣର ମାତ୍ର କିଛି ମାସ ପରେ ସେଡ୍‌ ଭୁଶୁଡ଼ି ପଡ଼ିବା ଘଟଣା ନିର୍ମାଣର ଗୁଣବତ୍ତା ନେଇ ପ୍ରଶ୍ନ ଉଠାଇଛି। ଅନ୍ୟପକ୍ଷରେ, ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆଗାମୀ କିଛି ଦିନରେ ବିଭିନ୍ନ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି।

Leave A Reply

Your email address will not be published.