ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ

0

ନ୍ୟୁଜ୍ ବ୍ୟୁରୋ: ନାଇଜେରିଆର ଲାଗୋସ୍‌ଠାରେ ଚାଲିଥିବା କମନୱେଲଥ ପାରା ଫେନ୍ସିଂ ଚାମ୍ପିୟନସିପ୍‌-୨୦୨୬ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଗଞ୍ଜାମ ଜିଲ୍ଲା ଛତ୍ରପୁରର ଭି. ରମେଶ ରାଓ ଗୌରବ ଆଣିଛନ୍ତି। ଫଏଲ୍ ପାରା ଫେନ୍ସିଂରେ ସେ ଏହି ସଫଳତା ହାସଲ କରିଛନ୍ତି। ଲାଗୋସ୍‌ରେ ଚଳିତ ମାସ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାମ୍ପିୟନସିପ୍‌ ଆୟୋଜିତ ହେଉଛି। ଭାରତ ପକ୍ଷରୁ ୧୩ ଜଣ ଖେଳାଳି ଅଂଶଗ୍ରହଣ କରୁଥିବା ବେଳେ ରମେଶ ମଧ୍ୟ ଭାରତୀୟ ଦଳର ସଦସ୍ୟ ଅଛନ୍ତି। ଗତକାଲି ଫଏଲ୍ ଇଭେଣ୍ଟରେ ସେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ହାତେଇଛନ୍ତି। ଆଜି ତାଙ୍କର ଆଉ ଏକ ଅନ୍ତିମ ମ୍ୟାଚ୍ ରହିଛି।

ରମେଶଙ୍କ ଏହି ସଫଳତାରେ ପରିବାର, ସମ୍ପର୍କୀୟ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି। ଆଗାମୀ ପ୍ରତିଯୋଗିତାରେ ରମେଶ ଆହୁରି ସଫଳତା ହାସଲ କରନ୍ତୁ ବୋଲି ପରିବାର ଓ ଶୁଭେଚ୍ଛୁମାନେ କାମନା କରିଛନ୍ତି। ଛତ୍ରପୁରର ଏହି ପ୍ରତିଭାବାନ ପାରା ଫେନ୍ସର ଜାତୀୟ ପାରା ଫେନ୍ସିଂ ଚାମ୍ପିୟନସିପ୍‌ ଓ ଏସିଆନ୍ ପାରା ଗେମ୍ସ ସମେତ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରି ଦେଶ ଓ ଓଡ଼ିଶା ପାଇଁ ଅନେକ ପଦକ ଜିତିଛନ୍ତି। ତାଙ୍କର ଏହି ସଫଳତା ଗଞ୍ଜାମ ଜିଲ୍ଲା ସହ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ।

Leave A Reply

Your email address will not be published.