ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ୬ ବୋମା ଧମକ

0

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇମେଲ୍ ମାଧ୍ୟମରେ ଆସିଥିବା ଏହି ଧମକରେ ଜାମନଗର ହାଉସ୍, ଝାଣ୍ଡେୱାଲାନ୍ ମନ୍ଦିର ସମେତ ଅନେକ ସମ୍ବେଦନଶୀଳ ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ଏହାରି ମଧ୍ୟରେ ଦିଲ୍ଲୀ ହାଇକୋର୍ଟକୁ ମଧ୍ୟ ଇମେଲ୍ ଯୋଗେ ବୋମା ଧମକ ମିଳିବାରୁ ଆତଙ୍କ ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ବିଚାରପତି, ଓକିଲ, କର୍ମଚାରୀ ଓ ଅନ୍ୟମାନଙ୍କୁ ପରିସରରୁ ବାହାର କରାଯାଇ ଶୁଣାଣି ସ୍ଥଗିତ କରାଯାଇଥିଲା।

ବମ୍ ସ୍କ୍ୱାଡ୍ ଓ ସ୍ନିଫର ଡଗ୍‌ଙ୍କ ସହାୟତାରେ ହାଇକୋର୍ଟ ପରିସରରେ ବ୍ୟାପକ ତଲାସୀ କରାଯାଇଥିଲା। ପ୍ରାଥମିକ ଯାଞ୍ଚରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ବସ୍ତୁ ମିଳିନଥିବା ଜଣାପଡ଼ିଛି। ଧମକଟି ମିଥ୍ୟା ହୋଇଥିବା ଆଶଙ୍କା ଥିଲେ ମଧ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ରହିଛନ୍ତି। ପୁଲିସର ବୈଷୟିକ ଦଳ ଇମେଲ୍ ପ୍ରେରକଙ୍କୁ ଚିହ୍ନଟ କରିବା ସହ ଧମକ ପଛରେ ଥିବା ଉଦ୍ଦେଶ୍ୟର ତଦନ୍ତ କରୁଛି। ସ୍ୱାଧୀନତା ଦିବସ ପୂର୍ବରୁ ଏକାଧିକ ସ୍ଥାନକୁ ଏଭଳି ଧମକ ମିଳିବା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯାଇଛି।

Leave A Reply

Your email address will not be published.