ସ୍ୱାଧୀନତା ଦିବସ ପୂର୍ବରୁ ହରିୟାଣାର ପଲୱାଲରେ ଆୟୋଜିତ ବିଶାଳ ତିରଙ୍ଗା ଯାତ୍ରା ଦୁଇଟି ବିଶ୍ୱ ରେକର୍ଡ ହାସଲ କରିଛି। ଗୁରୁବାର ‘ଗୋଲ୍ଡେନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍’ ପକ୍ଷରୁ ‘ସର୍ବଦୀର୍ଘ ସାମୂହିକ ପତାକା ଯାତ୍ରା’ ଏବଂ ‘ସର୍ବାଧିକ ଲୋକଙ୍କ ଜାତୀୟ ପତାକା ଧରିବା’ ବର୍ଗରେ ଏହି ଦୁଇ ରେକର୍ଡ ପଞ୍ଜୀକୃତ ହୋଇଛି।
ଏହି ରେକର୍ଡ ହରିୟାଣାର ପଲୱାଲର ଗୌରବ ଗୌତମଙ୍କ ନାମରେ ପଞ୍ଜୀକୃତ ହୋଇଛି। ଅଗଷ୍ଟ ୧୩ରେ ହଜାର ହଜାର ଲୋକ ହାତରେ ତିରଙ୍ଗା ଧରି ଏହି ବିଶାଳ ଯାତ୍ରାରେ ସାମିଲ ହୋଇଥିଲେ। ‘ସର୍ବଦୀର୍ଘ ସାମୂହିକ ପତାକା ଯାତ୍ରା’ ପାଇଁ ଗୌତମଙ୍କୁ ଅସ୍ଥାୟୀ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି।
ଏହି ଐତିହାସିକ ତିରଙ୍ଗା ଯାତ୍ରାରେ ୫ କିଲୋମିଟର ଲମ୍ବ ଓ ୧୦ ଫୁଟ ଚଉଡ଼ା ବିଶାଳ ତିରଙ୍ଗା ପ୍ରଦର୍ଶନ କରାଯାଇଥିଲା। ପ୍ରାୟ ୨୦ଟି ସ୍ଥାନରେ ଯାତ୍ରାକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବୟସ୍କ ଓ ବରିଷ୍ଠ ନାଗରିକମାନେ ଉତ୍ସାହର ସହ ଏଥିରେ ଯୋଗ ଦେଇଥିଲେ।
‘ହର ଘର ତିରଙ୍ଗା’ ଅଭିଯାନ ସହ ଏହି ଆୟୋଜନ ଦେଶଭକ୍ତି, ଜାତୀୟ ଏକତା ଓ ସ୍ୱାଧୀନତା ସଂଗ୍ରାମର ଭାବନାକୁ ଆହୁରି ମଜବୁତ କରିଛି। ଚଳିତ ବର୍ଷ ‘ହର ଘର ତିରଙ୍ଗା’ ଅଭିଯାନ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପାଳନକୁ ସମର୍ପିତ କରାଯାଇଛି।
ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ ସହ ଦେଶବାସୀଙ୍କୁ ‘ହର ଘର ତିରଙ୍ଗା’ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆହ୍ୱାନ ଦେଇଛନ୍ତି।
ପ୍ରମୁଖ ଖବର
ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍ୱେରେ ଜଳିଗଲା ସ୍ଲିପର ବସ୍, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ