ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀ ଶୁକ୍ରବାର ରାଜ୍ୟରେ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ ଘୋଷଣା କରିଛନ୍ତି। ଏହାସହ ଯୋଜନା ଅଧୀନରେ ମିଳୁଥିବା ଆର୍ଥିକ ସହାୟତାକୁ ୧,୦୦୦ ଟଙ୍କାରୁ ବଢ଼ାଇ ୨,୦୦୦ ଟଙ୍କା କରାଯିବ। ପୂର୍ବରୁ ରାଜ୍ୟର କନ୍ୟାଶ୍ରୀ ପ୍ରକଳ୍ପ ଅଧୀନରେ ଏହି ସହାୟତା ଦିଆଯାଉଥିଲା।

ସେହିପରି ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇପାରୁନଥିବା ପଶ୍ଚିମବଙ୍ଗବାସୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସମାନ ସୁବିଧା ଦିଆଯିବ ବୋଲି ଅଧିକାରୀ ଘୋଷଣା କରିଛନ୍ତି। ସ୍ୱାଧୀନତା ଦିବସର ପରଦିନ ଅର୍ଥାତ୍ ଅଗଷ୍ଟ ୧୬ରେ ରାଜ୍ୟରେ ଆୟୁଷ୍ମାନ ଦିବସ ପାଳନ କରାଯିବ ଏବଂ ସେହିଦିନଠାରୁ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ ଆରମ୍ଭ ହେବ।

ସ୍ୱାସ୍ଥ୍ୟମନ୍ତ୍ରୀ ଶାରଦ୍ୱତ ମୁଖାର୍ଜୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ। ସ୍ୱାସ୍ଥ୍ୟ ବୀମା କାର୍ଡ ପାଇଁ କୌଣସି ଶୁଳ୍କ ନିଆଯିବ ନାହିଁ ଏବଂ ପରିବାରର ସଦସ୍ୟ ସଂଖ୍ୟା ଉପରେ ମଧ୍ୟ ଏହି ସୁବିଧା ନିର୍ଭର କରିବ ନାହିଁ। ଏହି ଯୋଜନାରେ ପଶ୍ଚିମବଙ୍ଗର ପ୍ରାୟ ୮୦ ଲକ୍ଷ ପରିବାର ସାମିଲ ହେବେ। ଏଥିସହ ଅଗଷ୍ଟ ୧୬ରୁ ପ୍ରାୟ ୩.୪ କୋଟି ଲୋକ ଆୟୁଷ୍ମାନ ଭାରତର ସୁବିଧା ପାଇବେ। ଆର୍ଥିକ ଅଭାବ ଯୋଗୁଁ ରାଜ୍ୟରେ କେହି ଚିକିତ୍ସା ଅଭାବରୁ ମୃତ୍ୟୁବରଣ ନକରନ୍ତୁ, ଏହା ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.