ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଭୂମିକମ୍ପ ପରେ କଲଭୂମିକମ୍ପ ପରେ କଲମ୍ବିଆକୁ ଭାରତ ପଠାଇଲା ୨୦ ମେଟ୍ରିକ୍ ଟନ୍ ରିଲିଫ୍ ସାମଗ୍ରୀ

0

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପ ପରେ କଲମ୍ବିଆର ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ସହଯୋଗ କରିବା ପାଇଁ ଭାରତ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୨୦ ମେଟ୍ରିକ୍ ଟନ୍‌ ରିଲିଫ୍ ସାମଗ୍ରୀ ପଠାଇଛି। ଏଥିରେ ଔଷଧ, ଚିକିତ୍ସା ଉପକରଣ, ଅସ୍ଥାୟୀ ଆଶ୍ରୟ ସାମଗ୍ରୀ, ସ୍ୱଚ୍ଛତା ସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ରହିଛି।

ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି ଯେ ଏହି କଠିନ ସମୟରେ ଭାରତ କଲମ୍ବିଆବାସୀଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛି। ଭୂମିକମ୍ପ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଏହି ରିଲିଫ୍ ସାମଗ୍ରୀ ପଠାଯାଇଥିବା ସେ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି।

ସୋମବାର କଲମ୍ବିଆରେ ୭.୩ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏଥିରେ ୨୮୧ ଜଣଙ୍କ ମୃତ୍ୟୁ, ୩,୯୭୧ ଜଣ ଆହତ ହୋଇଥିବା ବେଳେ ୩୯୧ ଜଣ ନିଖୋଜ ଥିବା ରିପୋର୍ଟ ମିଳିଛି। କଲମ୍ବିଆର ପଶ୍ଚିମାଞ୍ଚଳରେ ସ୍ଥାନୀୟ ସମୟ ସକାଳ ୭ଟା ୩୪ ମିନିଟ୍‌ରେ ଭୂମିକମ୍ପ ହୋଇଥିଲା। ସାନ୍ ଜୋସେ ଡେଲ୍ ପାଲମାର ନିକଟରେ ଏହାର କେନ୍ଦ୍ରସ୍ଥଳ ଥିବା ବେଳେ ୯୬ କିଲୋମିଟର ଗଭୀରତାରେ ଏହା ଘଟିଥିଲା।

କଲମ୍ବିଆର ନ୍ୟାସନାଲ ୟୁନିଟ୍ ଫର୍ ଡିଜାଷ୍ଟର ରିସ୍କ ମ୍ୟାନେଜମେଣ୍ଟ ଅନୁସାରେ, ୧୫ଟି ବିଭାଗ ଓ ୪୨୬ଟି ପୌରାଞ୍ଚଳରେ ପ୍ରାୟ ୪୪,୯୩୬ ପରିବାର ଓ ୧,୦୨,୧୦୫ ଲୋକ ଭୂମିକମ୍ପରେ ପ୍ରଭାବିତ ହୋଇଛନ୍ତି। ୧୦,୬୭୭ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୬୫,୮୪୧ଟି ଘର କ୍ଷତିଗ୍ରସ୍ତ ହୋଇଛି।

ଭୂମିକମ୍ପ ପରେ ଜୟଶଙ୍କର ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା କରିଥିଲେ। ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତର ‘ଫାଷ୍ଟ ରେସ୍ପଣ୍ଡର’ ଭୂମିକାକୁ ଏହି ସହାୟତା ଆହୁରି ମଜବୁତ କରିଛି।

Leave A Reply

Your email address will not be published.