ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର

0

ଭୁବନେଶ୍ବର: ବିଶିଷ୍ଟ ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା ହୋଇଛି। ଏଥିରେ ଓଡ଼ିଶାର ୧୭ ଜଣ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଓ ସଂସ୍କାରମୂଳକ ସେବାର ଅଧିକାରୀ ଓ କର୍ମଚାରୀ ବିଭିନ୍ନ ବର୍ଗରେ ସମ୍ମାନିତ ହେବେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ସାହସିକତା ପଦକ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ।

ପୋଲିସ ସେବା ବର୍ଗରେ ADG ସଞ୍ଜୀବ ପଣ୍ଡା ଓ DSP ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ପାଇଁ ଚୟନ କରାଯାଇଛି। ସେହିପରି SI ମନ୍ମଥ ମହାପାତ୍ର, ହାବିଲଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, କମାଣ୍ଡୋ ସୁମନ ପୁନ୍‌ ଓ କମାଣ୍ଡୋ ସୁରେଶ ଚନ୍ଦ୍ର ପୁଟାଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ।
ଅଗ୍ନିଶମ ସେବାରେ ASO ମଳୟ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଏହି ବର୍ଗର ଆଉ ଦୁଇଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ। ବେସାମରିକ ପ୍ରତିରକ୍ଷା ଓ ଗୃହରକ୍ଷୀ ସେବାରେ ଜଣେ ଏବଂ ସଂସ୍କାରମୂଳକ ସେବା କ୍ଷେତ୍ରରେ ଦୁଇଜଣଙ୍କୁ ସାହସିକତା ପୁରସ୍କାର ପାଇଁ ଚୟନ କରାଯାଇଛି। ନିଷ୍ଠା, ସାହସ, କର୍ତ୍ତବ୍ୟବୋଧ ଓ ଦୀର୍ଘବର୍ଷର ଉତ୍ସର୍ଗୀକୃତ ସେବା ପାଇଁ ଏହି ଅଧିକାରୀ ଓ କର୍ମଚାରୀମାନଙ୍କୁ ଜାତୀୟ ସ୍ତରରେ ସମ୍ମାନିତ କରାଯିବ।

Leave A Reply

Your email address will not be published.