ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ

0

ଭୁବନେଶ୍ବର: ଅଟୋ ଚାଳକଙ୍କ ହଙ୍ଗାମା ଘଟଣାକୁ ନେଇ ପରିବହନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଘଟଣା ସମ୍ପର୍କିତ ପ୍ରାୟ ୪୦୦ଟି ଅଟୋ ଜବତ କରାଯାଇଥିବା ଅତିରିକ୍ତ ପରିବହନ କମିଶନର ସୂଚନା ଦେଇଛନ୍ତି। ଜବତ ଅଟୋଗୁଡ଼ିକର ପରମିଟ ରଦ୍ଦ କରିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି।

ପରିବହନ ବିଭାଗ ଅନୁସାରେ, ଜବତ ଗାଡ଼ିଗୁଡ଼ିକର ଫିଟନେସ୍‌, ବୀମା କିମ୍ବା ଟିକସ ବକେୟା ଥିଲେ ନିୟମ ଅନୁଯାୟୀ ଚାଲାଣ କଟାଯିବ। ଏଥିସହ ଜବତ ଗାଡ଼ି ସମ୍ପର୍କରେ ଅଟୋ ଚାଳକ ଓ ମାଲିକଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯାଇଛି। ସମ୍ପୃକ୍ତ ଅଟୋ ମାଲିକମାନଙ୍କୁ ଆସନ୍ତା ୨୪ ଓ ୨୬ ତାରିଖ ସୁଦ୍ଧା ନିଜର ଜବାବ ଦାଖଲ କରିବାକୁ କୁହାଯାଇଛି। ମାଲିକଙ୍କ ଉତ୍ତର ସନ୍ତୋଷଜନକ ନହେଲେ ସମ୍ପୃକ୍ତ ଅଟୋର ପରମିଟ ରଦ୍ଦ କରାଯିବ ବୋଲି ପରିବହନ ବିଭାଗ ସ୍ପଷ୍ଟ କରିଛି। ଏହି ପଦକ୍ଷେପ ମାଧ୍ୟମରେ ନିୟମ ଉଲ୍ଲଂଘନ କରୁଥିବା ଓ ହଙ୍ଗାମାରେ ସମ୍ପୃକ୍ତ ଅଟୋ ଚାଳକଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି।

Leave A Reply

Your email address will not be published.