ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି

0

ମହାରାଷ୍ଟ୍ର: ଉଚ୍ଚଶିକ୍ଷା ହାସଲ କରୁଥିବା ଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଦେବାକୁ ମହାରାଷ୍ଟ୍ର ସରକାର ନୂଆ ଯୋଜନା ଆଣିବାକୁ ବିଚାର କରୁଛନ୍ତି। ଏହି ଯୋଜନାରେ ଛାତ୍ରୀମାନଙ୍କୁ ପ୍ରତି ମାସରେ ୨,୦୦୦ ଟଙ୍କା ପକେଟ ମନି ଦେବାର ପ୍ରସ୍ତାବ ରହିଛି। ଏଥିପାଇଁ କର୍ପୋରେଟ ସାମାଜିକ ଦାୟିତ୍ୱ ପାଣ୍ଠି ବ୍ୟବହାର କରିବାକୁ ସରକାର ବିଚାର କରୁଛନ୍ତି। ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ଏହି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଛନ୍ତି। ଆର୍ଥିକ ଅସୁବିଧା ଯୋଗୁଁ ଯେପରି ଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ବାଧାପ୍ରାପ୍ତ ନହୁଏ, ତାହାକୁ ଲକ୍ଷ୍ୟ କରି ଏହି ପଦକ୍ଷେପ ନେବାକୁ ସରକାର ଚାହୁଁଛନ୍ତି।

ମନ୍ତ୍ରୀଙ୍କ ଅନୁଯାୟୀ, ‘କମାଅ ଏବଂ ଶିଖ’ ଯୋଜନାର ଆଧାରରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରୀମାନଙ୍କୁ ମାସିକ ୨,୦୦୦ ଟଙ୍କା ଜେବ ଖର୍ଚ୍ଚ ଦେବାର ଯୋଜନା ଉପରେ ବିଚାର ଚାଲିଛି। ଏହି ଟଙ୍କା ଛାତ୍ରୀମାନଙ୍କ ଛୋଟମୋଟ ଆବଶ୍ୟକତା ପୂରଣରେ ସହାୟକ ହୋଇପାରିବ।ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ଉଚ୍ଚ ଓ ବୈଷୟିକ ଶିକ୍ଷା ବିଭାଗ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ବଡ଼ କଲେଜ ସହ ଆଲୋଚନା କରୁଛି। ତେବେ ଯୋଜନାର ଚୂଡ଼ାନ୍ତ ରୂପରେଖା, ଯୋଗ୍ୟତା ଓ କାର୍ଯ୍ୟକାରୀ ତାରିଖ ସମ୍ପର୍କରେ ଏପର୍ଯ୍ୟନ୍ତ ସବିଶେଷ ଘୋଷଣା ହୋଇନାହିଁ।

Leave A Reply

Your email address will not be published.