ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଗାଁରେ ମିଳିବ ସହରୀ ସୁବିଧା

0

ଭୁବନେଶ୍ବର: ଗାଁରେ ସହର ଭଳି ସୁବିଧା ଯୋଗାଇଦେବାକୁ ପଞ୍ଚାୟତିରାଜ ବିଭାଗ ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରିଛି। ଏନେଇ ବିଭାଗରେ ମାନକ କାର୍ଯ୍ୟପଦ୍ଧତି ପ୍ରସ୍ତୁତ ହୋଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ଯୋଜନା ଅନୁଯାୟୀ ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ଗ୍ରାମୀଣ ପାର୍କ ଓ ଶ୍ମଶାନ ଭଳି ଭିତ୍ତିଭୂମି ବିକଶିତ କରାଯିବ। ଆଦର୍ଶ ଖେଳ ପଡ଼ିଆ ପାଇଁ ସରକାର ୭୫ ଲକ୍ଷ ଟଙ୍କା ଏବଂ ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ ୪୯ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ।

ପ୍ରତି ପଞ୍ଚାୟତରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ପଞ୍ଚାୟତିରାଜ ବିଭାଗ ଦେଢ଼ କୋଟିରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବ। ଯେଉଁ ପଞ୍ଚାୟତର ଜନସଂଖ୍ୟା ଅଧିକ, ସେଠାରେ ଅଧିକ ପାଣ୍ଠି ଖର୍ଚ୍ଚ କରାଯିବ। ଏଥିସହ ‘ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ’ ଆରମ୍ଭ କରିବାକୁ ସରକାର ଯୋଜନା କରିଛନ୍ତି। ଗ୍ରାମସଭାରେ ପ୍ରକଳ୍ପ ଚୟନ ଓ ଅନୁମୋଦନ ପରେ କାର୍ଯ୍ୟ ଆରମ୍ଭ ହେବ। ଗ୍ରାମାଞ୍ଚଳରେ ଭିତ୍ତିଭୂମି ସୁଦୃଢ଼ କରିବା ସହ ଲୋକଙ୍କ ପାଖରେ ମୌଳିକ ସେବା ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି।

୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହେବାର ସମ୍ଭାବନା ରହିଛି। ଗ୍ରାମାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରି ସହରୀ ସୁବିଧା ଗାଁରେ ପହଞ୍ଚାଇବା ଦିଗରେ ସରକାର ଏହି ପଦକ୍ଷେପ ନେଉଥିବା କୁହାଯାଇଛି।

Leave A Reply

Your email address will not be published.