ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଗାଁରେ ମିଳିବ ସହରୀ ସୁବିଧା

0

ଭୁବନେଶ୍ବର: ଗାଁରେ ସହର ଭଳି ସୁବିଧା ଯୋଗାଇଦେବାକୁ ପଞ୍ଚାୟତିରାଜ ବିଭାଗ ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରିଛି। ଏନେଇ ବିଭାଗରେ ମାନକ କାର୍ଯ୍ୟପଦ୍ଧତି ପ୍ରସ୍ତୁତ ହୋଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ଯୋଜନା ଅନୁଯାୟୀ ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ଗ୍ରାମୀଣ ପାର୍କ ଓ ଶ୍ମଶାନ ଭଳି ଭିତ୍ତିଭୂମି ବିକଶିତ କରାଯିବ। ଆଦର୍ଶ ଖେଳ ପଡ଼ିଆ ପାଇଁ ସରକାର ୭୫ ଲକ୍ଷ ଟଙ୍କା ଏବଂ ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ ୪୯ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ।

ପ୍ରତି ପଞ୍ଚାୟତରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ପଞ୍ଚାୟତିରାଜ ବିଭାଗ ଦେଢ଼ କୋଟିରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବ। ଯେଉଁ ପଞ୍ଚାୟତର ଜନସଂଖ୍ୟା ଅଧିକ, ସେଠାରେ ଅଧିକ ପାଣ୍ଠି ଖର୍ଚ୍ଚ କରାଯିବ। ଏଥିସହ ‘ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ’ ଆରମ୍ଭ କରିବାକୁ ସରକାର ଯୋଜନା କରିଛନ୍ତି। ଗ୍ରାମସଭାରେ ପ୍ରକଳ୍ପ ଚୟନ ଓ ଅନୁମୋଦନ ପରେ କାର୍ଯ୍ୟ ଆରମ୍ଭ ହେବ। ଗ୍ରାମାଞ୍ଚଳରେ ଭିତ୍ତିଭୂମି ସୁଦୃଢ଼ କରିବା ସହ ଲୋକଙ୍କ ପାଖରେ ମୌଳିକ ସେବା ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି।

୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହେବାର ସମ୍ଭାବନା ରହିଛି। ଗ୍ରାମାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରି ସହରୀ ସୁବିଧା ଗାଁରେ ପହଞ୍ଚାଇବା ଦିଗରେ ସରକାର ଏହି ପଦକ୍ଷେପ ନେଉଥିବା କୁହାଯାଇଛି।

Leave A Reply

Your email address will not be published.