ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

0

ଭୁବନେଶ୍ବର: ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ଶୁକ୍ରବାର ୮୮ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

୧୯୩୮ ମସିହା ଜାନୁଆରୀ ୨୦ରେ ଜନ୍ମଗ୍ରହଣ କରିଥିବା ପ୍ରଣବ ପଟ୍ଟନାୟକ ପିଲାଦିନରୁ ସଙ୍ଗୀତ ପ୍ରତି ଆକୃଷ୍ଟ ଥିଲେ। ୧୯୫୮ ମସିହାରେ ‘ମା’ ଚଳଚ୍ଚିତ୍ର ଜରିଆରେ ସେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ନିଜର ସଙ୍ଗୀତ ଯାତ୍ରା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶୀ, ଶାସ୍ତ୍ରୀୟ ସଙ୍ଗୀତ, ଭଜନ, ପଲ୍ଲୀଗୀତ, ଗଜଲ ଓ ଚଳଚ୍ଚିତ୍ର ସଙ୍ଗୀତରେ ତାଙ୍କ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା। ‘ଯାଆରେ ମାଝି ଯାଆ’, ‘ଇନ୍ଦ୍ରଧନୁର ସପ୍ତରଙ୍ଗ’, ‘ରେ ଆତ୍ମନ୍ ନିଦ୍ରା ପରିହର’, ‘ମା ତୁମେ ଜଗତର ସାହା ଭରସା’ ଓ ‘ଉଆଁସି ରାତି ପାହିଲା ମାଝି’ ଭଳି ତାଙ୍କର ଅନେକ ଗୀତ ଶ୍ରୋତାଙ୍କ ମନରେ ଅମର ହୋଇ ରହିଛି। ଓଡ଼ିଆ ଓ ହିନ୍ଦୀ ସମେତ ଅନେକ ଆଞ୍ଚଳିକ ଭାଷାରେ ମଧ୍ୟ ସେ କଣ୍ଠଦାନ କରିଥିଲେ।

ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ସେ ଓଡ଼ିଶା ସରକାରଙ୍କଠାରୁ ୭ ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ପୁରସ୍କାର ପାଇଥିଲେ। ୨୦୧୬ ମସିହାରେ ଓଡ଼ିଆ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ। ପ୍ରଣବ ପଟ୍ଟନାୟକଙ୍କ ବାପା ଲାଲମୋହନ ପଟ୍ଟନାୟକ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ରାଜନେତା ଥିଲେ। ସେ ସ୍ୱାଧୀନତା ପୂର୍ବର ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପ୍ରଣବଙ୍କ ଭଉଣୀ ସୁଧାଂଶୁମାଳିନୀ ରାୟ ମଧ୍ୟ ରାଜନୀତିରେ ସକ୍ରିୟ ଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତ ଜଣେ ଯଶସ୍ୱୀ କଣ୍ଠଶିଳ୍ପୀଙ୍କୁ ହରାଇଛି।

Leave A Reply

Your email address will not be published.