ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା

0

ନୂଆଦିଲ୍ଲୀ: ୫ରୁ ୧୭ ବର୍ଷ ବୟସର ପିଲାମାନଙ୍କ ଆଧାରରେ ବାଧ୍ୟତାମୂଳକ ବାୟୋମେଟ୍ରିକ୍‌ ଅପଡେଟ୍‌ ପାଇଁ ଏବେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ଏହି ସୁବିଧା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି। ଅଭିଭାବକମାନଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ଅପଡେଟ୍‌ କରାଇବାକୁ କୁହାଯାଇଛି।

ୟୁଆଇଡିଏଆଇ ଅନୁଯାୟୀ, ପିଲା ୫ ବର୍ଷରେ ପହଞ୍ଚିବା ପରେ ପ୍ରଥମ ଥର ଏବଂ ୧୫ ବର୍ଷ ବୟସରେ ପୁଣି ଥରେ ବାଧ୍ୟତାମୂଳକ ବାୟୋମେଟ୍ରିକ୍‌ ଅପଡେଟ୍‌ କରିବା ଆବଶ୍ୟକ। ଏଥିରେ ଆଙ୍ଗୁଠି ଛାପ ଓ ଆଖିର ଆଇରିସ୍‌ ସ୍କାନ୍‌ ଭଳି ତଥ୍ୟ ଅପଡେଟ୍‌ କରାଯାଏ। ୫ ବର୍ଷରୁ କମ୍‌ ପିଲାଙ୍କ ଆଧାର ପଞ୍ଜୀକରଣ ସମୟରେ ମୁଖ୍ୟତଃ ଜନସାଂଖ୍ୟିକ ତଥ୍ୟ ଓ ଫଟୋ ନିଆଯାଏ। ଏହି ବୟସରେ ପିଲାଙ୍କ ବାୟୋମେଟ୍ରିକ୍‌ ତଥ୍ୟ ବିକାଶଶୀଳ ଥିବାରୁ ଆଙ୍ଗୁଠି ଛାପ ଓ ଆଇରିସ୍‌ ସ୍କାନ୍‌ ନିଆଯାଏ ନାହିଁ। ଆଧାର ତଥ୍ୟ ଅପଡେଟ୍‌ ରହିଲେ ସ୍କୁଲରେ ନାମଲେଖା, ପରୀକ୍ଷା, ଛାତ୍ରବୃତ୍ତି ଓ ବିଭିନ୍ନ ସରକାରୀ ଯୋଜନାର ଲାଭ ନେବା ସମୟରେ ପରିଚୟ ଯାଞ୍ଚ ସହଜ ହୋଇଥାଏ। ତେଣୁ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ନିକଟସ୍ଥ ଆଧାର କେନ୍ଦ୍ରକୁ ଯାଇ ଅପଡେଟ୍‌ କରାଇବାକୁ ୟୁଆଇଡିଏଆଇ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛି।

Leave A Reply

Your email address will not be published.