ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌

0

ଉତ୍ତରପ୍ରଦେଶ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନଜରରେ ରଖି ରାଜ୍ୟର ପ୍ରମୁଖ ରାଜନେତାଙ୍କ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଉଛି। ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ସମେତ ପ୍ରାୟ ୫୨ ଜଣ ନେତାଙ୍କୁ ଅତିରିକ୍ତ ସୁରକ୍ଷା କବଚ ଭାବେ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌ ଯୋଗାଇ ଦିଆଯିବ।

ପ୍ରତ୍ୟେକ ଜାକେଟ୍‌ର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ରିପୋର୍ଟରେ ଦାବି କରାଯାଇଛି। ଏହି ସୁରକ୍ଷା ବ୍ୟବସ୍ଥାରେ କେବଳ ଶାସକ ଦଳର ନେତା ନୁହେଁ, ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ଅଖିଳେଶ ଯାଦବ ଓ ମାୟାବତୀଙ୍କ ବ୍ୟତୀତ ଅନ୍ୟ ବରିଷ୍ଠ ନେତା, ବିଧାୟକ ଓ ମନ୍ତ୍ରୀମାନେ ମଧ୍ୟ ଏହି ତାଲିକାରେ ଥିବା ଜଣାପଡ଼ିଛି। ପ୍ରାୟ ୧୧ ଜଣ ମନ୍ତ୍ରୀଙ୍କୁ ମଧ୍ୟ ଏହି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରାଯାଇଛି।

୨୦୨୭ ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟରେ ରାଜନୈତିକ ଗତିବିଧି ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି। ବଡ଼ ଜନସଭା, ରାଲି, ରୋଡ୍‌ଶୋ ଓ ନିର୍ବାଚନୀ ଯାତ୍ରାରେ ନେତାଙ୍କ ଉପସ୍ଥିତି ବଢ଼ିବ। ଏଭଳି ସମୟରେ ଭିଡ଼ ନିୟନ୍ତ୍ରଣ ସହ ଭିଆଇପି ସୁରକ୍ଷା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।
ସମ୍ଭାବ୍ୟ ସୁରକ୍ଷା ବିପଦକୁ ଆଗୁଆ ଆକଳନ କରି ସୁରକ୍ଷା ଏଜେନ୍ସି ଓ ଗୁଇନ୍ଦା ତଥ୍ୟ ଆଧାରରେ ନେତାମାନଙ୍କୁ ଚିହ୍ନଟ କରାଯାଇଥିବା ରିପୋର୍ଟରେ କୁହାଯାଇଛି। ନେତାଙ୍କ ସୁରକ୍ଷା ଆବଶ୍ୟକତା ଅନୁଯାୟୀ ୱାଇ, ଜେଡ୍‌ ଏବଂ ଜେଡ୍‌ ପ୍ଲସ୍‌ ଭଳି ବିଭିନ୍ନ ସ୍ତରର ସୁରକ୍ଷା ବ୍ୟବସ୍ଥା ରହିବ।

ତେବେ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌ ପାଇବାକୁ ଥିବା ନେତାଙ୍କ ସଂଖ୍ୟାକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ସାମ୍ନାକୁ ଆସିଛି। କେତେକ ରିପୋର୍ଟରେ ୫୨ ଜଣ ଓ ଅନ୍ୟ କେତେକରେ ୪୪ ଜଣ ନେତାଙ୍କ ନାମ ଉଲ୍ଲେଖ ରହିଛି। ତେଣୁ ସରକାରୀ ଭାବେ ଚୂଡ଼ାନ୍ତ ତାଲିକା ପ୍ରକାଶ ନହେବା ପର୍ଯ୍ୟନ୍ତ ନେତାଙ୍କ ସଂଖ୍ୟାକୁ ନେଇ ନିଶ୍ଚିତ ଦାବି କରିବା ଉଚିତ ନୁହେଁ।

Leave A Reply

Your email address will not be published.