ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ

0

ନ୍ୟୁଜ୍ ବ୍ୟୁରୋ: ସାଉଦି ଆରବର ଡାମ୍ମାମ ଏୟାରପୋର୍ଟରେ ମିସାଇଲ ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୮ ଜଣ ଆହତ ହୋଇଥିବା ବେଳେ ଆହତଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ଅଛନ୍ତି। ୟେମେନର ହୁତି ବିଦ୍ରୋହୀଙ୍କ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଖବର ମିଳିଛି। ତେବେ ଆକ୍ରମଣର ପ୍ରକୃତ ପରିସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିନାହିଁ।

ସାଉଦି ଆରବର ସାଧାରଣ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ଓ ଜଣେ ସାଉଦି ନାଗରିକ ଥିବା ସ୍ପଷ୍ଟ କରିଛି। ଏନେଇ ସାଉଦିରେ ଥିବା ଭାରତୀୟ ଦୂତାବାସ ମଧ୍ୟ ସୂଚନା ଦେଇଛି। ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ପ୍ରଭାବିତ ଭାରତୀୟଙ୍କ ପରିବାର ସହ ଯୋଗାଯୋଗ ପାଇଁ ଉଦ୍ୟମ ଚାଲିଛି।

ସାଉଦି ଓ ହୁତି ବିଦ୍ରୋହୀଙ୍କ ମଧ୍ୟରେ ଗତ କିଛି ସପ୍ତାହ ଧରି ଉତ୍ତେଜନା ବଢ଼ିବାରେ ଲାଗିଛି। ହୁତିଙ୍କ ପକ୍ଷରୁ ସାଉଦିର ତୈଳ ଓ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ରହିଛି। ଏହାର ପ୍ରଭାବରେ ବିମାନ ଚଳାଚଳ ଓ ତୈଳ ପରିବହନକୁ ନେଇ ଚିନ୍ତା ବଢ଼ିଛି। ଲୋହିତ ସାଗରରେ ହୁତିଙ୍କ ଅବରୋଧ ଯୋଗୁଁ ମଧ୍ୟ ତୈଳ ପରିବହନ ପ୍ରଭାବିତ ହେବା ଆଶଙ୍କା ରହିଛି।

Leave A Reply

Your email address will not be published.