ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ନାବାଳକ ଗାଡ଼ିଚାଳକଙ୍କ ଠାରୁ ଆଦାୟ ହୋଇଛି ୮୩ ଲକ୍ଷ ୫୦ ହଜାର

0

ଭୁବନେଶ୍ବର; ସୋମବାର ଠାରୁ ନାବାଳକ ଗାଡ଼ିଚାଳକଙ୍କ ଉପରେ ରାଜ୍ୟ ବ୍ୟାପି ଧରପକଡ ଆରମ୍ଭ ହୋଇଛି। ଦୁଇ ଦିନରେ ଧରା ପଡିଛନ୍ତି ୩୩୪ ନାବାଳକ ଚାଳକ। ଏହା ସହ ୧୩୮ ଟି ଗାଡି ଜବତ କରିଛି ଏସଟିଏ। କେବଳ କଟକରେ ସର୍ବାଧିକ ୨୭ ଜଣ ଧରା ପଡିଛନ୍ତି। ଏବଂ ଗାଡ଼ି ପିଛା ୨୫ ହଜାର ଟଙ୍କା କରି ମୋଟ ୮୩ ଲକ୍ଷ୫୦ ହଜାର ଟଙ୍କାର ଚାଲାଣ ମଧ୍ୟ ଆଦାୟ ହୋଇଛି।

ଏହି ପ୍ରକ୍ରିୟାରେ ବୁଧବାର ଠାରୁ ଧରା ପଡ଼ିଥିବା ଗାଡିଗୁଡ଼ିକ ମାଲିକ ବା ନାବାଳକ ନାବାଳିକାଙ୍କ ବାପା, ମା’ଙ୍କ ନାଁରେ ମୋଟର ଭେଇକିଲ ଆକ୍ଟ ୧୯୯ ଆଧାରରେ ମାମଲା ରୁଜ୍ଜୁ ହେବ। ମୋଟର ଭେଇକିଲ ଆକ୍ଟ ୧୯୯ ଅନୁଯାୟୀ ଯଦି ୧୮ ବର୍ଷରୁ କମ ବୟସ୍କ ବର୍ଗର କେଣସି ବ୍ୟକ୍ତି ଗାଡି ଚଳାଉଥିବା ଅବସ୍ଥା ଧରା ପଡନ୍ତି ତେବେ ଏହି କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ଗାଡିକୁ ଜବତ କରାଯିବା ସହ ଗାଡି ଚାଳକଙ୍କ ଉପରେ ୨୫ ହଜାର ଟଙ୍କାର ଫାଇନ୍ ଲଗାଯିବ। ଗାଡିର ପଞ୍ଜିକରଣକୁ ରଦ୍ଦ କରାଯିବ, ଗାଡ଼ିର ମାଲିକ ବା ଗାଡ଼ି ଚାଳାଉଥିବା ପିଲାଙ୍କ ବାପା ମା’ଙ୍କ ନାଁରେ ଥାନାରେ ମାମଲା ରଜୁ କରାଯାଇ ପାରିବ। ଏଥିରେ ୩ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି।

ଏହା ବ୍ୟତିତ ଦୋଷୀ ସାବ୍ୟସ୍ତ ହେଲେ ଗାଡି ସହ ଧରା ପଡ଼ିଥିବା ନା ନାବାଳକ ବା ନାବାଳିକାଙ୍କ ତଥ୍ୟକୁ ସାରଥୀ ପୋଟାଲରେ ଅପଲୋଡ କରାଯିବ। ଏହା ସହ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି କି, ୨୫ ବର୍ଷ ବୟସ ନ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ।

Leave A Reply

Your email address will not be published.