ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

୫୦୦ ଟ୍ରାଫିକ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ବର୍ତ୍ତମାନ ଏକ ମାସ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଶନିବାର ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଲୋୟର ପିଏମ୍‌ଜିରୁ ରାମ ମନ୍ଦିର ଯାଏ ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି। ଓଡ଼ିଶା ଯାତ୍ରୀ ଆପ୍‌ର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଟ୍ରାଫିକ ନିୟମ ପାଳନ ନେଇ ଶପଥପାଠ କରାଇଲେ ମୁଖ୍ୟମନ୍ତ୍ରୀ। ସଡ଼କ ସୁରକ୍ଷା ସହ ଟ୍ରାଫିକ ନିୟମ ପାଳନ ନେଇ ମୁଖ୍ୟମନ୍ତ୍ରୀ ସଚେତନ କରିଛନ୍ତି।

ଟ୍ରାଫିକ ସମସ୍ୟା ପାଇଁ ୨ ହଜାର ଟ୍ରାଫିକ କର୍ମଚାରୀ ପୋଷ୍ଟ ବାହାରିବ। ଚଳିତ ବର୍ଷ ୫୦୦ ଟ୍ରାଫିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ସଡ଼କ ସୁରକ୍ଷା ମାସର ବାର୍ତ୍ତା ହେଉଛି ସୁରକ୍ଷିତ ଘରକୁ ଫେରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଟ୍ରାଫିକ ନିୟମ ପାଳନ ସହ ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ବାର୍ତ୍ତା ଦିଆଯାଇଛି। ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ପଦ ଯାତ୍ରାରେ ପରିବହନ ବିଭାଗ, ଏନସିସି କ୍ୟାଡେଟ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଡ୍ରାଇଭର ଓ କଳାକାର ସାମିଲ ହୋଇଥିଲେ। କଳାକାରମାନେ ଚନ୍ଦ୍ରଗୁପ୍ତ ଏବଂ ଯମରାଜ ଭୂମିକାରେ ଅଭିନୟ କରି ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.